ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଆପଣ ଅଦରକରି ଭାବି ଫୋପାଡ଼ି ଦେଉଥିବା ପିଆଜ ଚୋପାରେ ରହିଛି ଅନେକ ପୋଷକତତ୍ୱ

ଆସନ୍ତୁ ଜାଣିବା କଣ ସେଗୁଡିକ-

ନିଃସନ୍ଦେହରେ ଆମେ ସମସ୍ତେ ପିଆଜ ଚୋପାକୁ ଅଯଥା ଭାବି ଫୋପାଡ଼ି ଦେଇଥାଉ l କିନ୍ତୁ ଆପଣ ଯଦି ଜାଣିବେ ପିଆଜ ଚୋପା ଆପଣଙ୍କର ଅନେକ ଗୁଡିଏ ସମସ୍ୟାର ସମାଧାନ କରି ପାରୁଛି ତେବେ ତାହା ଆପଣ ବିଶ୍ୱାସ କରି ପାରିବେ ନାହିଁ l ଆମେ ଅଯଥା ଭାବି ଫୋପାଡ଼ି ଦେଉଥିବା ପିଆଜ ଚୋପା ଅନେକ ଗୁଡିଏ ପୋଷକତତ୍ୱରେ ଭରପୁର ଅଟେ l ଏଥିରେ ଭିଟାମିନ-ଏ ,ସି ଓ ଇ ରହିଛି ତା ସହିତ ଆଣ୍ଟିଆକ୍ସିଡେଣ୍ଟ ଏବଂ ଆଣ୍ଟିଇନ୍ଫ୍ଲମେଟୋରୀରେ ଭରପୁର ଅଟେ l ସେଥିପାଇଁ ଆଜି ଆମେ ଆପଣଙ୍କୁ ପିଆଜ ଚୋପାର ଉପକାରିତା ବିଷୟରେ କହିବୁ l

* ଗଳାରେ କଫ ସମସ୍ୟା -ଯଦି ଆପଣଙ୍କ ଗଳାରେ କଫ ସମସ୍ୟା ଯୋଗୁ କିଚି କିଚି ହେଉଛି ତେବେ ପିଆଜ ଚୋପା ସାହାଯ୍ୟରେ ଉପଚାର କରାଯାଇ ପାରିବ l ଏଥିରେ ଥିବା ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ଯୋଗୁ ଗଳାରେ କଫ ସମସ୍ୟା ଓ ଫୁଲ ଦୁଇଟି ପାଇଁ ହିତକର l ସେଥିପାଇଁ ପିଆଜ ଚୋପାକୁ ପାଣିରେ ପକାଇ ଫୁଟାଇ ଗଳ ଗଳ କଲେ ଏହି ସମସ୍ୟା ଦୂର ହେବ l

* କେଶର ସୌନ୍ଦର୍ଯ୍ୟ -ପିଆଜ ଚୋପାରେ ପ୍ରସ୍ତୁତ ଚିନି ବିହୀନ ନାଲି ଚାହା ଦ୍ୱାରା ଆପଣ ନିଜର କେଶର ସୌନ୍ଦର୍ଯ୍ୟ ବଢ଼ାଇ ପାରିବେ l ଏହି ଚହାକୁ କେଶ ମୂଳରେ ଲଗାଇ ଏକ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ,ଏହା ପରେ ପାଣିରେ ଧୋଇ ନିଅନ୍ତୁ l ଦେଖିବେ ଆପଣଙ୍କ କେଶରୁ ରୁପି କମିବା ସହିତ ଘନତ୍ଵ ବୃଦ୍ଧି ହେବ l

* ଗୋଡ଼ର ଯନ୍ତ୍ରଣା ଦୂର କରିଥାଏ -ଯଦି ଆପଣ ଅତି କମ ରେ ଗୋଟିଏ ସପ୍ତାହ ପାଇଁ ଶୋଇବା ପୂର୍ବରୁ ପିଆଜ ଚୋପାର ପ୍ରସ୍ତୁତ ଚାହାକୁ ପିଇବେ ତେବେ ଏହା ଆପଣଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ମାଂସପେଶୀ ଯନ୍ତ୍ରଣାକୁ ଦୂର କରି ପାରିବେ l ଏହି ଚାହା ପ୍ରସ୍ତୁତ କରିବା ସମୟରେ ଆପଣ ଅତି କମ ରେ କମ ଆଞ୍ଚରେ ପିଆଜ ଚୋପାର ଚାହାକୁ ୧୫ ମିନିଟ ପର୍ଯ୍ୟନ୍ତ ଫୁଟାଇବେ l

* ଗଛ ମାନଙ୍କ ପାଇଁ ଉର୍ବର ଆଣିଥାଏ -ଘର ବାହାରେ କିମ୍ବା ଭିତରେ ଆମେ ବିଭିନ୍ନ ପ୍ରକାରର ଗଛ ଲଗାଇଥାଉ l ଏହି ଗଛ ଗୁଡିକ ପାଇଁ ପୋଟାସିୟମ ଆବଶ୍ୟକ ,ତେଣୁ ପିଆଜ ଚୋପାକୁ ଫୋପାଡିବା ବଦଳରେ ଗଛ ମୂଳରେ ଦେଇଦେବା ଦ୍ୱାରା ଗଛକୁ ଉର୍ବରତା ମିଳିଥାଏ l

Show More

Related Articles

Back to top button