ଦେଶ ବିଦେଶମୁଖ୍ୟ ଖବର

ବିଶେଷଜ୍ଞ: ଓମିକ୍ରନଠୁ ଅଧିକ ଘାତକ ହେବ ନୂଆ ଭାରିଆଣ୍ଟ

ବିଶ୍ୱରେ କରୋନା ଆତଙ୍କ ଧିରେ ଧିରେ କମିବାରେ ଲାଗିଛି ।

ଓମିକ୍ରନ ଭାରିଆଣ୍ଟ ଫଳରେ ଆସିଥିବା ତୃତୀୟ ଲହରି ଥମୁଛି । କିନ୍ତୁ ଆଗକୁ ଯେଉଁ ଭାରିଆଣ୍ଟ ଆସିବ ତାହା ଆହୁରି ଘାତକ ହେବ । ବୈଜ୍ଞାନିକମାନେ ଏହି ଅନୁମାନ କରିଛନ୍ତି । ଏଡିନବର୍ଗ ୟୁନିଭର୍ସିଟିର ପ୍ରଫେସର ମାର୍କ ଉଲହାଉସ୍ କହିଛନ୍ତି ଯେ, କରୋନାର ପରବର୍ତ୍ତୀ ଭାରିଆଣ୍ଟ କେଉଁଠୁ ଆସିବ ତାହା ଏବେ କହିହେବ ନାହିଁ । ଓମିକ୍ରନ ଭାରିଆଣ୍ଟ ଡେଲଟାରୁ ଆସି ନଥିଲା । ଏହା ସମ୍ପୂର୍ଣ୍ଣ ଭାବେ ଭିନ୍ନ ପ୍ରାନ୍ତରୁ ଆସିଥିଲା ।

 

ସେ ଆହୁରି କହିଛନ୍ତି ଯେ, ଓମିକ୍ରନ ଆଲଫା, ବେଟା ଓ ଡେଲଟାର ମ୍ୟୁଟେସନ ପରେ ଆସିଛି ବୋଲି କୁହାଯାଉଛି । କିନ୍ତୁ ଏହା ସତ ନୁହେଁ । ନୂଆ ଭାରିଆଣ୍ଟ ଯାହା ଆସିବ ତାହା ଡେଲଟା ତୁଳନାରେ ଅଧିକ ପ୍ରଭାବୀ ହୋଇପାରେ । ତେବେ ଦେଖିବାକୁ ମିଳୁଛି ଯେ, ଲୋକେ ଏବେ ଆଉ କଟକଣା ମାନୁ ନାହାଁନ୍ତି । ମାସ୍କ ମଧ୍ୟ କେହି କେହି ପରିଧାନ କରୁ ନାହାଁନ୍ତି । ସଂକ୍ରମଣକୁ ଏଡାଇବା ପାଇଁ ହେଲେ କଟକଣା ମାନିବାକୁ ହେବ ବୋଲି ଲକହାଉସ୍ କହିଛନ୍ତି ।

Show More

Related Articles

Back to top button