ଓଡ଼ିଶାମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଶେଷ ହେଲା ପ୍ରସ୍ତୁତି, ଆସନ୍ତା କାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ

୧୧ ଜିଲ୍ଲାକୁ ଗଲେ ପୋଲିଂ ପାର୍ଟି

ଆସନ୍ତା କାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବ । ଏଥିପାଇଁ ସୋମବାର ସଂଧ୍ୟାରୁ ସମସ୍ତ ପ୍ରଚାର କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ୭୧ଟି ବ୍ଲକ୍‌ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଜୋନ୍, ୧,୬୬୯ ପଂଚାୟତ ଏବଂ ୨୨, ୩୭୯ ୱାର୍ଡରେ ମତଦାନ ହେବ ।
ମୋଟ୍ ୬୭ ଲକ୍ଷ ୫୧ ହଜାର ଭୋଟର୍ ମତ ସାବ୍ୟସ୍ତ କରିବେ । ମତଦାତାମାନେ ଜିଲ୍ଲା ପରିଷଦ ସଦସ୍ୟ,ସରପଞ୍ଚ,ସମିତିସଭ୍ୟ ଓ ୱାର୍ଡ ସଭ୍ୟଙ୍କୁ ନିର୍ବାଚିତ କରିବେ ।  ଶେଷ ପର୍ଯ୍ୟୟରେ ଭୋଟ୍ ଗଣତି ପ୍ରକ୍ରିୟା ବ୍ଲକ୍ ସ୍ଥରରେ ଅନୁଷ୍ଠିତ ହେବ । ସକାଳ ୭ଟାରୁ ଦିନ ଗୋଟିଏ ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ କାର୍ଯ୍ୟ ହେବ । ଗତକାଲି ୧୧ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ମତଦାନ କେନ୍ଦ୍ରକୁ ଯାଇଛନ୍ତି ପୋଲିଂ ପାର୍ଟି । ବାଲାଟ୍ ବକ୍ସ, ବାଲାଟ୍ ପେପର୍ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ମତଦାନ କେନ୍ଦ୍ରରେ ପହଞ୍ଚିଲେଣି ପୋଲିଂ ପାର୍ଟି ।

ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଶାନ୍ତିଶୃଙ୍ଖଳାର ସହ ଭୋଟ୍ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଂଚାୟତ ନିର୍ବାଚନ ପାଇଁ ଦିନେ ଛାଡି ଦିନେ ମୋଟ୍ ୫ଟି ପର୍ଯ୍ୟାୟରେ ମତଦାନ ହେବ। ଏହାପରେ ୨୬ରୁ ୨୮ ତାରିଖ ୩ ଦିନ ଧରି ପର୍ଯ୍ୟାୟ କ୍ରମେ ଭୋଟ୍ ଗଣତି କରାଯିବ ।

ସେହିପରି ଭୋଟ୍ ଗ୍ରହଣ ସମୟରେ ମତଗଣନା କେନ୍ଦ୍ର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି କର୍ମଚାରୀମାନେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। କୋଭିଡ୍‍-୧୯ ଦ୍ୱିତୀୟ ମାତ୍ରା ଟିକା ନେଇଥିଲେ ମଧ୍ୟ ମତଗଣନା କେନ୍ଦ୍ରକୁ ପ୍ରବେଶ ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ମତଗଣନାର ୪୮ ଘଣ୍ଟା ମଧ୍ୟରେ ଆର୍‍ଟିପିସିଆର୍‍ ଟେଷ୍ଟିଂ ହୋଇଥିବା ନିତାନ୍ତ ଜରୁରୀ ବୋଲି ଜଣାପଡ଼ିଛି। ମତଦାନ କେନ୍ଦ୍ର ଓ ମତଗଣନା କେନ୍ଦ୍ରଠାରେ ନିୟୋଜିତ ହୋଇଥିବା ସୁରକ୍ଷା କର୍ମଚାରୀମାନେ ମଧ୍ୟ କୋଭିଡ୍‍ ନିୟମାନୁସାରେ ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। କୋଭିଡ୍‍ ଦ୍ୱିତୀୟ ମାତ୍ରା ଟିକା ନେଇଥିବା ସତ୍ତ୍ବେ ଯଦି କୋଭିଡ୍‍ର କୌଣସି ଲକ୍ଷଣ ଯଥା ଜ୍ୱର, ସର୍ଦ୍ଦି, ଥଣ୍ଡା ଆଦି ପ୍ରକାଶ ପାଏ, ତାହେଲେ ସେହି କର୍ମଚାରୀଙ୍କୁ ମତଗଣନା କେନ୍ଦ୍ରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button