ଦେଶ ବିଦେଶବାଣିଜ୍ୟ

କରୋନା ଔଷଧ ତିଆରି କଲା ରିଲାଏନ୍ସ !

ନିକଲୋସାମାଇଡ୍‌ର ବ୍ୟବହାର ପାଇଁ ଦେଲା ପ୍ରସ୍ତାବ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆରଆଇଏଲ୍‌) କୋଭିଡ-୧୯ ଉପଚାର ପାଇଁ ନିକଲୋସାମାଇଡ୍‌କୁ ଉପଯୋଗ କରିବା ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି। ଆର୍ଥିକ ବର୍ଷ ୨୦୨୦-୨୧ରେ ଆରଆଇଏଲ୍‌ର ବାର୍ଷିକ ରିପୋର୍ଟ ଅନୁସାରେ, କମ୍ପାନୀ କୋଭିଡ-୧୯ ସହ ଲଢ଼ିବା ପାଇଁ ନିଜ ବୌଦ୍ଧିକ ପୁଞ୍ଜିର ଲାଭ ଉଠାଉଛି। ଏହା ସହ ନିଜର ଟିମ୍‌ ନେକ୍ସର ପଲିମରକୁ ପ୍ରମାଣିତ କରିବା ପାଇଁ ବିଭିନ୍ନ କମ୍ପାନୀ ସହ ମିଶି କାର୍ଯ୍ୟ କରୁଛି ।ଏହା ବ୍ୟତୀତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌୨୦ ପ୍ରତିଶତ ପୁଞ୍ଜି ବିନିଯୋଗ କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁମତି କ୍ରମେ ସାନିଟାଇଜର ଉତ୍ପାଦନ ପାଇଁ ଏକ ପ୍ରକ୍ରିୟା ଆରମ୍ଭ କରିଛି।

କରୋନା ଚିହ୍ନଟ ପାଇଁ ରିଲାଏନ୍ସ ଡାଏଗୋନିଷ୍ଟିକ୍‌ କିଟ୍‌ ଏବଂ ଆର-ଗ୍ରୀନ ଓ ଆର-ଗ୍ରୀନ୍‌ ପ୍ରୋକୁ ମଧ୍ୟ ଆଣିବାକୁ ପ୍ରସ୍ତୁତ ହେଉଛି। ଏହି କିଟ୍‌କୁ ଆଇସିଏମଆର ମଞ୍ଜୁରୀ ଦେଇଛି।କମ୍ପାନୀ କୋଭିଡ-୧୯ ବିରୋଧରେ ସମ୍ଭାବିତ ଔଷଧ ଭାବେ ନିକଲୋସାମାଇଡ୍‌କୁ ବ୍ୟବହାର ପାଇଁ ପ୍ରସ୍ତାବ ଦେଇଛି । ରିଲାଏନ୍ସ ମେଡିକାଲ୍‌ ଅକ୍ସିଜେନ ଅଭାବ ପୂରଣ କରିବାକୁ ମଧ୍ୟ କାମ କରୁଛି। ଅକ୍ସିଜେନ୍‌ ଜେନେରେଟର୍ସ ପ୍ରସ୍ତୁତ କରିବା ଦିଗରେ ମଧ୍ୟ ରିଲାଏନ୍ସ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଯାହାକି ୯୦-୯୫ ପ୍ରତିଶତ ଶୁଦ୍ଧତା ସହ ପ୍ରତି ମିନିଟ୍‌ରେ ୫-୭ ଲିଟର ଅକ୍ସିଜେନ୍‌ ପ୍ରସ୍ତୁତ କରିପାରିବ।

Show More

Related Articles

Back to top button