ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଭାରତକୁ ‘ହୁ’ର ଚେତାବନୀ, ତରବରିଆ ଭାବେ କଟକଣା ହଟାଇବା ହୋଇପାରେ ବିନାଶକାରୀ

କରୋନା ମହାମାରୀର ଦ୍ଵିତୀୟ ଲହର କିଛିଟା ଥମିବା ପରେ ଭାରତ ସମେତ ଅନେକ ଦେଶରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଏଥିରେ କଟକଣାରେ ଅନେକ କୋହଳ କରାଯାଇଛି

ଏହା ମଧ୍ୟରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଅଧାନୋମ ଘେବ୍ରେୟସସ କରୋନା କଟକଣା ଶୀଘ୍ର ନହଟାଇବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଡେଲ୍‌ଟା ଭାରିଏଣ୍ଟ ସହିତ ଅନ୍ୟ ଚିନ୍ତାଜନକ ଭାରିଏଣ୍ଟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ତରବରିଆ ଭାବେ ପ୍ରତିବନ୍ଧକ ହଟାଇବା ବିନାଶକାରୀ ହୋଇପାରେ। ସେ କହିଛନ୍ତି, ଏ ପର୍ଯ୍ୟନ୍ତ ଯେଉଁ ଲୋକେ ଭ୍ୟାକ୍ସିନ ନେଇ ନାହାନ୍ତି ସେମାନଙ୍କ ପାଇଁ କରୋନା କଟକଣା କୋହଳ ଘାତକ ହୋଇପାରେ।କରୋନାର ଦ୍ଵିତୀୟ ଲହର ସହ ସଂଘର୍ଷ କରିବାର ପ୍ରାୟ ଦୁଇ ମାସ ପରେ ଭାରତରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। କିଛି ରାଜ୍ୟରେ କଟକଣା ହଟାଯାଇଛି ତ ଆଉ କିଛି ରାଜ୍ୟରେ କଟକଣା ଜାରି ରହିଛି। ଏହା ପୂର୍ବରୁ ହୁ ସୂଚନା ଦେଇଥିଲା ଯେ, ଏବେ ମଧ୍ୟ କରୋନା ଡେଲ୍‌ଟା ଷ୍ଟ୍ରେନ୍ ଚିନ୍ତାର କାରଣ ପାଲଟିଛି।

ସୂଚନାଯୋଗ୍ୟ, କୋଭିଡ୍‌ର ଏହି ଷ୍ଟ୍ରେନ ସର୍ବ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା। ଏହି ଭାରିଏଣ୍ଟର ଦୁଇ ଅନ୍ୟ ଷ୍ଟ୍ରେନକୁ ନେଇ ବର୍ତ୍ତମାନ କୌଣସି ଚିନ୍ତା ନଥିବା ହୁ କହିଥିଲା।ହୁ ଅଧ୍ୟକ୍ଷ କହିଛନ୍ତି, ଏବେ ମଧ୍ୟ ଅନେକ ଦେଶ ବହୁତ ବିପଦଜ୍ଜନକ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଦୁନିଆର ପ୍ରମୁଖ ଦେଶ ଗୁଡିକୁ ବର୍ତ୍ତମାନ ଟିକାକରଣ ଉପରେ ଜୋର ଦେବା ଉଚିତ୍। ସତର୍କତାର ସହ କାମ କରିବା ଉଚିତ୍। ତରବରିଆ ଭାବେ କଟକଣା ହଟାଇଲେ ଏହା ଘାତକ ସାବ୍ୟସ୍ତ ହୋଇପାରେ ବୋଲି ହୁ ମୁଖ୍ୟ କହିଛନ୍ତି। ଗତ ମାସରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କରୋନାର ଡେଲ୍‌ଟା ଭାରିଏଣ୍ଟର ପୂରା ଷ୍ଟ୍ରେନକୁ ଭାରିଏଣ୍ଟ ଅଫ କନସର୍ନ ଅର୍ଥାତ ଚିନ୍ତାଜନକ ଦର୍ଶାଇଥିଲା। ଏହାକୁ ନେଇ ଭାରତ ଆପତ୍ତି ପ୍ରକାଶ କରିଥିଲା।

Show More

Related Articles

Back to top button