Breaking PLUSଦେଶମୁଖ୍ୟ ଖବର

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ କରାଯାଇଛି ସୁପାରିଶ- ଅରୁଣ ହଲଦର

ନୂଆଦିଲ୍ଲୀ, 16 ଫେବୃଆରୀ – ଜାତୀୟ ଅନୁସୂଚିତ ଜାତି କମିଶନର ଅଧ୍ୟକ୍ଷ ଅରୁଣ ହଲଦର ପଶ୍ଚିମବଙ୍ଗରେ ସନ୍ଦେଶଖାଲି ଗସ୍ତ ପରେ ଏଠାରେ ଏକ ବୟାନରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିଶ କରିଛନ୍ତି ।
ସନ୍ଦେଶଖାଲି ଗସ୍ତ ପରେ ଶୁକ୍ରବାର ମିଡିଆ ସହ ଆଲୋଚନା ବେଳେ ଦିଲ୍ଲୀ ଫେରି ଅରୁଣ ହଲଦର କହିଛନ୍ତି ଯେ, ଏହି ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡିଛି । ଆମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମର ରିପୋର୍ଟ ପ୍ରଦାନ କରିଛୁ । ଏଥିରେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିଶ କରାଯାଇଛି ।

Show More

Related Articles

Back to top button