Breaking PLUSଦେଶମୁଖ୍ୟ ଖବର

ଭଗବାନ ରାମଙ୍କୁ କାଳ୍ପନିକ କହୁଥିବା କଂଗ୍ରେସ ବି ଜୟ ସିୟାରାମ ଭଜିବାରେ ଲାଗିଛି-ପିଏମ ମୋଦି

ଏଥର ଏନଡିଏ ସରକାର 4ଶହ ପାର୍

ରେୱାଡି/ନୂଆଦିଲ୍ଲୀ, 16 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣାର ରେୱାଡିରୁ କଂଗ୍ରେସକୁ ନିଶାନା କରି କହିଛନ୍ତି ଯେ, ଭଗବାନ ରାମଙ୍କୁ କାଳ୍ପନିକ କହୁଥିବା କଂଗ୍ରେସ ବି ଏବେ ଜୟ ସିୟାରାମ ଭଜିବାକୁ ଲାଗିଲାଣି ।
ପ୍ରଧାନମନ୍ତ୍ରୀ ରେୱାଡିରେ ସ୍ୱାସ୍ଥ୍ୟ, ରେଳ ଓ ପର୍ଯ୍ୟଟନ କ୍ଷେତ୍ର ସହିତ ଜଡିତ 10ହଜାର କୋଟି ଟଙ୍କାର ବିଭିନ୍ନ ବିକାଶ ମୂଳକ ପରିଯୋଜନାକୁ ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ଦେଶର ଇଚ୍ଛା ଥିଲା, ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ନିର୍ମାଣ ହୋଇଛି, ଆଜି ପୂରା ଦେଶ ଭବ୍ୟ ରାମମନ୍ଦିରରେ ବିରାଜିତ ରାମଲାଲଙ୍କ ଦର୍ଶନ କରୁଛନ୍ତି । କଂଗ୍ରେସର ଲୋକ, ଯେଉଁମାନେ ଭଗବାନ ରାମଙ୍କୁ କାଳ୍ପନିକ କହୁଥିଲେ, ଯେଉଁମାନେ କେବେ ଚାହୁଁନଥିଲେ ରାମମନ୍ଦିର ନିର୍ମାଣ ହେଉ, ସେମାନେ ବି ଜୟ ସାୟାରାମ ଭଜିବାକୁ ଲାଗିଛନ୍ତି ।
ସେ କହିଛନ୍ତି ଯେ, ଦେଶ-ଦୁନିଆରେ ମୋଦିଙ୍କ ଗ୍ୟାରେଣ୍ଟି ଯୋଜନାର ଚର୍ଚ୍ଚା ହେଉଛି । ରେୱାଡି ମୋଦି ଗ୍ୟାରେଣ୍ଟିର ସବୁଠୁ ପ୍ରଥମ ସାକ୍ଷା ଅଟେ । ଏଠାରେ ପ୍ରଧାନମନ୍ତ୍ରୀ ପଦରେ ଆଶୟୀ ଭାବେ ମୁଁ ମୋର ଦେଶକୁ କିଛି ଗ୍ୟାରେଣ୍ଟି ଦେଇଥିଲି । ଦେଶର ଇଚ୍ଛା ଥିଲା, ଯେ ବିଶ୍ୱରେ ଭାରତର ପ୍ରତିଷ୍ଠା ବଢୁ ଆମେ ତାହା କରିଥିଲୁ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଉ ବୋଲି ଦେଶ ଚାହୁଁଥିଲା। ଏକ ବିଶାଳ ମନ୍ଦିର ନିର୍ମାଣ କରାଯାଇଛି । ଜାମ୍ମୁ କାଶ୍ମୀରରୁ ଧାରା 370 କୁ ହଟାଇବା ବିଷୟରେ ଆଲୋଚନା ହୋଇଥିଲା, ଆଜି ଏହି ଲେଖା ଇତିହାସର ପୃଷ୍ଠାରେ ହଜିଯାଇଛି । ସେ କହିଛନ୍ତି ଯେ ଲୋକମାନେ ଆଉ ଏକ ସଂକଳ୍ପ ନେଇଛନ୍ତି ଏବଂ ଜନସାଧାରଣ କହୁଛନ୍ତି ଯେ ଧାରା 370କୁ ହଟାଇଥିବା ବିଜେପି 370ଟି ଆସନରୁ ଜିତିବ ।

Show More

Related Articles

Back to top button