ଦେଶଦେଶ ବିଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଖୁବ୍ ନିକଟରେ କରୋନାର ଅନ୍ତ, ଏନେଇ ଆଶ୍ୱସ୍ତିକର ଖବର ଦେଲେ “ହୁ’ ମୁଖ୍ୟ

ସାରା ବିଶ୍ୱ କରୋନା ମହାମାରୀ କବଳରେ । ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ କବଳିତ କରିରଖିଛି କରୋନା ମହାମାରୀ । କିନ୍ତୁ ପୂର୍ବାପେକ୍ଷା ଏହି ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।  ତେବେ ଏହାରି ମଧ୍ୟରେ ଖୁବ୍ ନିକଟରେ କରୋନାର ଅନ୍ତ କହି ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି ହୁ’ର ପ୍ରମୁଖ ଡା. ଟେଡ୍ରୋସ୍ ଅଧନୋମ ଘେବ୍ରେସସ ।

ଗତ ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ର ପ୍ରମୁଖ କହିଥିଲେ ଯେ,କରୋନା ଭାଇରସ ମହାମାରୀର ତିନି ବର୍ଷ ପୂରା ହେବାର କିଛି ମାସ ପୂର୍ବରୁ ବର୍ତ୍ତମାନ ଆଶା କରାଯାଇପାରିବ ଯେ ଏହି ଘାତକ ରୋଗର ଅନ୍ତ ଖୁବ୍ ନିକଟ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱରେ କେବେବି ଏହି ରୋଗ ଶେଷ ହେବାର ଏହାଠାରୁ ଉତ୍ତମ ପରିସ୍ଥିତି ଦେଖିନାହିଁ । ଅବଶ୍ୟ ଏହା ସହ ସେ ଭାଇରସ ଠାରୁ ଲଢ଼ିବା ପାଇଁ ସବୁ ଦେଶକୁ ନିଜର ପ୍ରୟାସ ଜାରି ରଖିବାକୁ କହିଛନ୍ତି । ଏହି ରୋଗ ଯୋଗୁଁ ବିଶ୍ୱରେ ୬୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

ତେବେ ଦୁନିଆକୁ ଏହି ସୁଯୋଗର ଫାଇଦା ଉଠାଇବା ଦରକାର ଏବଂ ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଦରକାର । ଯଦି ଆମେ ଏବେ ଏହି ଅବସରର ଲାଭ ଉଠାଉନାହୁଁ, ତେବେ ଆମ ସାମ୍ନାରେ ଆଉ ଅଧିକ ଭ୍ୟାରିଏଣ୍ଟ, ଅଧିକ ମୃତ୍ୟୁ ଏବଂ ଅଧିକ ବ୍ୟବଧାନ ଏବଂ ଅଧିକ ଅନିଶ୍ଚିତତାର ବିପଦ ଆସିବ ।

 

Show More

Related Articles

Back to top button