ଓଡ଼ିଶାମୁଖ୍ୟ ଖବର

ରସାବଳୀକୁ ଜିଆଇ ଟ୍ୟାଗ ମାନ୍ୟତା ଦିଆଯାଉ

କେନ୍ଦ୍ରମନ୍ତ୍ରୀଙ୍କଠାରେ ଦାବି କଲେ ୩ ଓଡ଼ିଆ ସାଂସଦ

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜି.ଆଇ.ଟ୍ୟାଗ ମାନ୍ୟତା କରିବାକୁ ଦାବି କରିଛନ୍ତି ୩ ସାଂସଦ । ସୁବାଷ ସିଂହ ନେତୃତ୍ୱରେ ସାଂସଦ ମୁନା ଖାନ ଓ ସାଂସଦ ମମତା ମହନ୍ତ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ତାଙ୍କ ପାର୍ଲିଆମେଣ୍ଟ କାର୍ଯ୍ୟଳରେ ଭେଟି ଏହା ଦାବି କରିଛନ୍ତି । କେନ୍ଦ୍ରାପଡାର ଆରାଧ୍ୟ ଦେବତା ତୁଳସୀ କ୍ଷେତ୍ର ଶ୍ରୀ ବଳଦେବଜୀଙ୍କ ମୁଖ୍ୟ ପ୍ରସାଦ ରସାବଳୀକୁ ଜି .ଆଇ. ଟ୍ୟାଗ କରିବା ପାଇଁ ଦାବି କରିବା ସଂଗେ ସଂଗେ ମନ୍ତ୍ରୀ ମହୋଦୟକୁ ଏକ ସ୍ମାରକୀ ପତ୍ର ପ୍ରଦାନ କରିଛନ୍ତି ।ଦେଶ ଓ ରାଜ୍ୟର ପ୍ରମୁଖ ପ୍ରଦର୍ଶନୀ ଓ ଓଡିଶା ପ୍ରସିଦ୍ଧ ବାଲିଯାତ୍ରାରେ ରସାବଳୀ ପ୍ରଦର୍ଶିତ ହୋଇ ଆଦୃତ ହୋଇପାରିଛି ।

ଦିଲ୍ଲୀରୁ ଓଡିଶା ପୁରା ପଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ଯାନୀ ଯାତ୍ରା, ମେଳା ଓ ପ୍ରଦର୍ଶନୀ ମାନଙ୍କରେ ରସାବଳୀ ପ୍ରଦର୍ଶିତ ହୋଇ ଆଦୃତ ହୋଇପାରିଛି । କେନ୍ଦ୍ରାପଡାର ରସାବଳୀକୁ ଜି ଆଇ ଟ୍ୟାଗ ମିଳିଲେ, ଏହା ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇପାରିବା ସହିତ ଦେଶ ବିଦେଶରେ ମଧ୍ୟ ଆଦୃତ ହୋଇ ପାରିବ ।ଫଳ ସ୍ୱରୂପ ଜାତୀୟ ଏବଂ ଅନ୍ତର୍ଜାତିୟ ପର୍ଯ୍ୟଟକମାନେ ତୁଳସୀ କ୍ଷେତ୍ର ପ୍ରତି ଆକର୍ଷିତ ହେବେ । ତେଣୁ କେନ୍ଦ୍ରାପଡା ରସାବଳୀର ଜି. ଆଇ. ଟ୍ୟାଗ ପାଇଁ ବୁଦ୍ଧିଜୀବୀ, ରାଜ ନେତା ଓ ବିଭିର୍ଣ୍ଣ ଅନୁଷ୍ଠାନ ମାନେ ସାଂସଦ ସୁବାସ ସିଂ, ମୁନା ଖାନ ଓ ମମତା ମହନ୍ତଙ୍କ ମାଧ୍ୟ୍ୟମରେ କମର୍ସ ଓ ଇଣ୍ଡଷ୍ଟ୍ରି ମନ୍ତ୍ରୀଙ୍କ ପାଖରେ ଦାବି ଉଠାଇଛନ୍ତି ।

Show More

Related Articles

Back to top button