Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

୧୨୫ ବର୍ଷ ପରେ ପ୍ରଥମ ଥର ଭାରତର ୩ ମହିଳା ଖେଳାଳି ଗୋଟିଏ ଅଲିମ୍ପିକରେ ଜିତିଲେ ପଦକ

ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଅଲିମ୍ପିକରେ ଭାରତକୁ ତୃତୀୟ ପଦକ ଦେଇଛନ୍ତି। ସିନ୍ଧୁ ଚୀନ ଖେଳାଳିଙ୍କୁ ହରାଇ କାଂସ୍ୟ ପଦକ ଜିତିଛନ୍ତି। ଟୋକିଓ ଅଲିମ୍ପିକରେ ଭାରତ ଏ ପର୍ଯ୍ୟନ୍ତ ୨ଟି ପଦକ ଜିତି ସାରିଥିବା ବେଳେ ଆଉ ଗୋଟିଏ ପଦକ ନିଶ୍ଚିତ ହୋଇ ସାରିଛି।

ପ୍ରଥମେ ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଥିଲେ। ପରେ ମହିଳା ବକ୍ସର ଲଭଲିନା ବୋରଗୋହେନ ମଧ୍ୟ ସେମି ଫାଇନାଲରେ ପ୍ରବେଶ କରି ପଦକ ସୁନିଶ୍ଚିତ କରି ସାରିଛନ୍ତି। ଏହା ପୂର୍ବରୁ ରିଓ ଅଲିମ୍ପିକରେ ଭାରତକୁ ୨ଟି ପଦକ ମିଳିଥିଲା। ଅର୍ଥାତ ଭାରତ ପଦକ ମାମଲାରେ ରିଓକୁ ପଛରେ ପକାଇଛି।ସିନ୍ଧୁ ବ୍ରୋଞ୍ଚ ପଦକ ମ୍ୟାଚ୍‌ରେ ଚୀନର ଜିଆଓ ବିଙ୍ଗଙ୍କୁ ୨୧-୧୩, ୨୧-୧୫ ସିଧାସଳଖ ଗେମରେ ହରାଇଛନ୍ତି। ଏହା ୧୨୫ ବର୍ଷର ଅଲିମ୍ପିକ ଇତିହାସରେ ଭାରତୀୟ ମହିଳା ଦମଦାର ପ୍ରଦର୍ଶନ କରିଛନ୍ତି। ଏହା ପୂର୍ବରୁ କେବେ ବି ଭାରତର ୩ ମହିଳା ଖେଳାଳି ଗୋଟିଏ ଅଲିମ୍ପିକରେ ପଦକ ଜିତି ପାରିନଥିଲେ। ପୂର୍ବରୁ ଦୁଇ ଥର ୨-୨ ମେଡାଲ ଜିତିଥିଲେ।

୨୦୦୦ରେ ପ୍ରଥମ ଥର ମିଳିଥିଲା ପଦକ

ଭାରତର ମହିଳା ଖେଳାଳି ପ୍ରଥମ ପଦକ ପାଇଁ ୧୦୪ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ୧୮୯୬ରୁ ଅଲିମ୍ପିକ ଆରମ୍ଭ ହୋଇଥିଲା। ୨୦୦୦ ସିଡନୀ ଅଲିମ୍ପିକରେ ମହିଳା ଭାରୋତ୍ତୋଳନକାରୀ କର୍ଣ୍ଣମ ମଲ୍ଲେଶ୍ଵରୀ କାଂସ୍ୟ ପଦକ ଜିତି ଖାତା ଖୋଲିଥିଲେ। ଏହା ପରେ ୨୦୦୪ ଓ ୨୦୦୮ ଅଲିମ୍ପିକରେ ମହିଳା ଆଥଲେଟ୍ ପଦକ ଜିତି ପାରିନଥିଲେ।

ଲଣ୍ଡନରେ ସାଇନା ଓ ମେରିକମ କରିଥିଲେ କମାଲ

୨୦୧୨ ଲଣ୍ଡନ ଅଲିମ୍ପିକରେ ପ୍ରଥମ ଥର ଦୁଇ ମହିଳା ଭାରତୀୟ ଖେଳାଳି ପଦକ ଜିତିଥିଲେ। ସାଇନା ନେହଓ୍ଵାଲ ବ୍ୟାଡମିଣ୍ଟନରେ ଏବଂ ଏମସି ମେରି କମ ବକ୍ସିଂରେ କାଂସ୍ୟ ପଦକ ଜିତିଥିଲେ। ୨୦୧୬ ରିଓ ଅଲିମ୍ପିକରେ ପିଭି ସିନ୍ଧୁ ରୌପ୍ୟ ଓ ମହିଳା ପହିଲମାନ ସାକ୍ଷୀ ମଲିକ କାଂସ୍ୟ ପଦକ ଜିତିଥିଲେ। ରିଓରେ କୌଣସି ପୁରୁଷ ଖେଳାଳି ପଦକ ଜିତି ପାରିନଥିଲେ। ସିନ୍ଧୁ ଅଲିମ୍ପିକରେ ରୌପ୍ୟ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ଆଥଲେଟ୍ ହୋଇଥିଲେ।

ପ୍ରଥମ ସ୍ଵର୍ଣ୍ଣକୁ ଅପେକ୍ଷା

ଭାରତୀୟ ମହିଳା ଖେଳାଳି ଏ ପର୍ଯ୍ୟନ୍ତ ଅଲିମ୍ପିକରେ ସ୍ଵର୍ଣ୍ଣ ପଦକ ଜିତି ପାରିନାହିଁ। ତେଣୁ ଏଥର ସ୍ଵର୍ଣ୍ଣ ପଦକ ଜିତିବାର ସମ୍ଭାବନା ରହିଛି। ଲଭଲିନାଙ୍କ ବ୍ୟତୀତ ଭିନେଶ ଫୋଗାଟ୍ ସ୍ଵର୍ଣ୍ଣ ପଦକ ଜିତି ପାରନ୍ତି। ଅନ୍ୟପଟେ ୨୦୧୬ ରିଓ ଅଲିମ୍ପିକଠୁ ନେଇ ଟୋକିଓ ପର୍ଯ୍ୟନ୍ତ ପୁରୁଷ ଖେଳାଳି ପଦକଟିଏ ଜିତି ପାରିନାହାନ୍ତି। ହେଲେ ଟୋକିଓ ଅଲିମ୍ପିକରେ ଏବେ ପୁରୁଷ ଖେଳାଳିଙ୍କ ଇଭେଣ୍ଟ ବାକି ରହିଛି।

Show More

Related Articles

Back to top button