ଅପରାଧଆଇନ କାନୁନଦେଶମୁଖ୍ୟ ଖବର

ଚକୋଲେଟ୍ ପ୍ରଲୋଭନ ଦେଖାଇ ୪ ବର୍ଷର ଝିଅକୁ ବଳାତ୍କାର

ଅଭିଯୁକ୍ତ ଗିରଫ

ବିହାର : ୪ ବର୍ଷର ଝିଅକୁ ବଳାତ୍କାର । ଜଣେ 30 ବର୍ଷର ଯୁବକ ଚାରି ବର୍ଷର ଝିଅକୁ ଚକୋଲେଟ୍ ଦେବାର ପ୍ରଲୋଭନ ଦେଖାଇ ତାଙ୍କ ଘରକୁ ଡ଼ାକିନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ବିହାରର ଗୋପାଳଗଞ୍ଜ ଠାରେ । ଶିଶୁଟିକୁ ଗୁରୁତର ଅବସ୍ଥାରେ ସଦର ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି। ଗ୍ରାମବାସୀମାନେ ଅଭିଯୁକ୍ତକୁ ଧରି ମଞ୍ଜଗଡ଼ ପୋଲିସକୁ ହସ୍ତାନ୍ତର କରିଥିଲେ।

ପୋଲିସ ଅଧୀକ୍ଷକ ଆନନ୍ଦ କୁମାରଙ୍କ ସୂଚନା ଅନୁସାରେ , ଗତ ରବିବାର ବିଳମ୍ବିତ ସନ୍ଧ୍ୟାରେ ଘର ବାହାରେ ଏକ କୁନି ଝିଅଟି ଖେଳୁଥିବା ସମୟରେ ଅଭିଯୁକ୍ତ ଜଣକ ତାଙ୍କୁ ଚକୋଲେଟ୍ ଦେବାର ପ୍ରଲୋଭିତ କରି ନିଜ ଘରକୁ ନେଇ ବଳାତ୍କାର କରିଥିଲେ। ପୋଲିସ କୌଣସି ସୁତ୍ରରୁ ଖବର ପାଇ ଘଟଣା ସମ୍ପର୍କରେ ଅବଗତ ହେବା ମାତ୍ରେ ମାମଲା ଦାୟର କରି ସବ-ଡିଭିଜନାଲ ପୋଲିସ ଅଧିକାରୀ  ସଞ୍ଜୀବ କୁମାରଙ୍କ ନେତୃତ୍ୱରେ ଏକ ଟିମ ଯାଇ  ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଥିଲେ। ବର୍ତ୍ତମାନ ଅଭିଯୁକ୍ତକୁ ପଚରାଉଚରା କରାଯାଇ ପ୍ରମାଣ ସଂଗ୍ରହ କରାଯାଉଛି ଯାହାଦ୍ୱାରା ଶୀଘ୍ର ବିଚାର ପ୍ରକ୍ରିୟା ଆରମ୍ଭ ହୋଇପାରିବ ଏବଂ ନ୍ୟାୟ ପ୍ରଦାନ କରାଯାଇପାରିବ।

 

Show More

Related Articles

Back to top button