ପୂଜା ପାର୍ବଣଭକ୍ତିମୁଖ୍ୟ ଖବର

ରାବଣ ବଧ ନୀତିରେ ଶେଷ ହୋଇଛି ଶ୍ରୀକ୍ଷେତ୍ର ସାହିଯାତ

ଶ୍ରୀରାମ ଜନ୍ମ ନୀତି ଠାରୁ ସାହି ଯାତ ଆରମ୍ଭ ହୋଇଥିଲା ।

ପୁରୀ:  ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତରେ ଶେଷ ହୋଇଛି । ଶ୍ରୀରାମ ଜନ୍ମ ନୀତି ଠାରୁ ସାହି ଯାତ ଆରମ୍ଭ ହୋଇଥିଲା । ଗତକାଲି ରାବଣ ବଧ ନୀତିରେ ଶେଷ ହୋଇଛି । ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ ବାଲିସାହି ରାବଣ ବାହାରି ସାହି ପରିକ୍ରମା କରି  ଜମ୍ବେଶ୍ୱର ମନ୍ଦିରରେ ପହଞ୍ଚି ଥିଲେ । ସେଠାରେ ରାବଣ ଯଜ୍ଞ କରିବା ପରେ ଭଗବତୀ କୋଟ ଜାଗାରେ ପହଞ୍ଚି ରାବଣ ଆରାଧନା କରିଥିଲେ । ପଣା ଭୋଗ ପାଇବା ପରେ ରାବଣ ସିଂହଦ୍ୱାରରେ ପତିତପାବନଙ୍କୁ ଦର୍ଶନ କରି  ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଞ୍ଚି ଥିଲେ । ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଜ୍ଞାମାଳ ପାଇଁ ଦକ୍ଷିଣୀ ଘରୁ ଶ୍ରୀରାମ ଓ ଶ୍ରୀଲକ୍ଷ୍ମଣ ବିମାନରେ ବିଜେ ହୋଇ ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଞ୍ଚି ଥିଲେ । ବାଲିସାହି ଆଖେଡା ପକ୍ଷରୁ ବାହାରିଥିବା ନବଶିରା, ସପ୍ତଶିରା, କାଳୀମେଢ଼, ଦୁର୍ଗାମେଢ଼, ନୃସିଂହ ମେଢ଼, ସମେତ ନାଗା, ସମରକଳା ପ୍ରଦର୍ଶନ ହରଚଣ୍ଡୀ ସାହିରେ କରାଯାଇଥିଲା । ଆସନ୍ତା ବୈଶାଖ କୃଷ୍ଣ ଅଷ୍ଟମୀ ତିଥି 24 ତାରିଖ ଦିନ ରାମାଭିଷେକ ନୀତି ଅନୁଷ୍ଠିତ ହେବ ।

Show More

Related Articles

Back to top button