Breaking PLUSଅପରାଧଆଇନ କାନୁନଦୁର୍ଘଟଣାମୁଖ୍ୟ ଖବର

ସ୍କୁଟି ଚାଳକଙ୍କ ମୃତ୍ୟୁ ପରେ ଅନ୍ୟ ଜଣଙ୍କୁ ପିଟିପିଟି ମାରିଦେଲେ

ରାସ୍ତା ପାର ହେଉଥିବା ସମୟରେ ଜଣେ ସ୍କୁଟି ଆରୋହୀଙ୍କ ଉପରେ ସ୍କର୍ପିଓ ମାଡ଼ି ଯାଇଥିଲା ।

ବାରିପଦା: ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ପରେ ଅନ୍ୟ ଜଣଙ୍କୁ ପିଟିପିଟି ମାରିଦେଲେ ଲୋକ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା କତରା ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତା ପାର ହେଉଥିବା ସମୟରେ ଜଣେ ସ୍କୁଟି ଆରୋହୀଙ୍କ ଉପରେ ସ୍କର୍ପିଓ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ସ୍କୁଟି ଆରୋହୀ ହରିହର ସେଠୀଙ୍କ ମୃତ୍ୟୁ ହୋଇଥିଲା । ଉତ୍ତେଜିତ ସ୍ଥାନୀୟ ଲୋକମାନେ ସ୍କର୍ପିଓରେ ଥିବା ଦୁଇଜଣଙ୍କୁ ଆକ୍ରମଣ କରିଥିଲେ । ଏଥିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ସତ୍ୟନାରାୟଣ ନନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରିଛି ।

Show More

Related Articles

Back to top button