ଓଡ଼ିଶାଦୁର୍ଘଟଣାସେଲିବ୍ରିଟିସ୍ୱତନ୍ତ୍ର

ବିଳମ୍ବିତ ରାତିରେ ରାଣୀ ପଣ୍ଡାଙ୍କ କାର୍ ଦୂର୍ଘଟଣାଗ୍ରସ୍ତ,ଜଣେ ମୃତ

ବିଳମ୍ବିତ ରାତିରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଦୂର୍ଘଟଣାଗ୍ରସ୍ତ । ଏଭଳି ମର୍ମନ୍ତୁଦ କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଡାଳଖାଇ ଛକ ନିକଟରେ ଦୂର୍ଘଟଣା ଘଟିଛି । ବାଇକ୍ ସହ କାର୍ ମୁହାଁମୁହିଁ ଧକ୍କା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଚନ୍ତି ରାଜନଗର ଗ୍ରାମର ସୁକାନ୍ତ ବେହେରା । ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ରାଣୀ ପଣ୍ଡା ଅନୁଗୁଳରୁ ଏକ ବିବାହ ଭୋଜି ସାରି ବିଳମ୍ବିତ ରାତିରେ ଭୁବନେଶ୍ୱର ଅଭିମୁଖେ ଫେରୁଥିଲେ ।  ଆଠଗଡ଼-ମୁଣ୍ଡଳୀ ରାସ୍ତାର ରାଜନଗର ଗ୍ରାମ ନିକଟ ଡାଳଖାଇ ଠାକୁରାଣୀଙ୍କ ମନ୍ଦିର ନିକଟରେ ରାଣୀଙ୍କ କାର ଦୂର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ବାଇକ୍‌ ଚାଳକ ରାଜନଗର ଗ୍ରାମର ଶ୍ରୀନିବାସ ବେହେରାଙ୍କ ପୁଅ ସୁକାନ୍ତ ବେହେରା ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ତାଙ୍କର ମୃତ୍ୟୁ ଘଟିଛି।

ଅନ୍ୟପଟେ, ଦୁର୍ଘଟଣାରେ ଉଭୟ ଗାଡ଼ି ଭାଙ୍ଗିରୁଜି ଯାଇଥିଲା ବେଳେ କାର୍‌ ଚାଳକ ଆହତ ହୋଇଛନ୍ତି।ଏହି ଘଟଣା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିନେତ୍ରୀ ରାଣୀ ପଣ୍ଡା ଓ କାର୍‌ ଚାଳକଙ୍କୁ ଉଦ୍ଧାର କରି ଆଠଗଡ଼ ଥାନାକୁ ନେଇ ଯାଇଥିବା ଏସ୍‌ଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି।

Show More

Related Articles

Back to top button