Breaking PLUSବଲିଉଡମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ଭିକିଙ୍କ ଫିଲ୍ମରେ କ୍ୟାଟ୍ରିନାଙ୍କ ସହ ନଜର ଆସିବେ ରଣବୀର କପୁର

ମୁମ୍ବାଇ : ବିଟାଉନ୍‌ରେ ଏମିତି ଅନେକ ପପୁଲାର କପଲ ଅଛନ୍ତି। ଯିଏ ରିଲେସନ୍‌ସିପ୍‌ରେ ଆସିକି ବି ବିବାହ କରିପାରିନାହାନ୍ତି। ହେଲେ ଏମିତି କିଛି ବର୍ଷ ସମ୍ପର୍କରେ ରହିବା ପରେ, ସେମାନେ ଅଲଗା ହୋଇ ଯାଇଥିଲେ। ଏଥି ମଧ୍ୟରୁ କ୍ୟାଟ୍ରିନା କୈଫ୍‌ ଏବଂ ରଣବୀର କପୁରଙ୍କ ଯୋଡି ରହିଛି। କିନ୍ତୁ ଏବେ କ୍ୟାଟ୍ରିନା ହେଉଛନ୍ତି ଭିକି କି ଦୁଲହନିଆ। ରଣବୀର କି ଦୁଲହନିଆ ହେଉଛନ୍ତି ଆଲିଆ । କ୍ୟାଟ୍ରିନା ଏବଂ ରଣବୀରଙ୍କ ବ୍ରେକଅପ୍ ପରଠାରୁ ଦୁହେଁ ପରସ୍ପରକୁ ପସନ୍ଦ କରନ୍ତିନି କି ମୁହଁକୁ ଚାହାଁନ୍ତିନି। ବର୍ତ୍ତମାନ ଏହି ଘଟଣାରୁ ଏବେ ସ୍ପଷ୍ଟ ହୋଇ ଯାଇଛି। ମିଡିଆ ସୂଚନା ଅନୁଯାୟୀ, କ୍ୟାଟ୍ରିନା କୈଫ୍‌ ରଣବୀର କପୁରଙ୍କ ଉପରେ ଟିକେ ରାଗିଛନ୍ତି। ପ୍ରକୃତରେ, ରଣବୀର କପୁର ଭିକି କୌଶଲଙ୍କ ଫିଲ୍ମ ‘ଗୋବିନ୍ଦା ନାମ ମେରା’ରେ ଏକ କ୍ୟାମୋ ଭୂମିକାରେ ନଜର ଆସିବେ। କେବଳ ଏହି କାରଣରୁ, କ୍ୟାଟ୍ରିନା ରାଗିଛନ୍ତି। ଫିଲ୍ମର ପ୍ରଡକ୍ସନ୍ କରଣ ଜୋହରଙ୍କ ଧର୍ମା ପ୍ରଡକସନ୍‌ ଦ୍ୱାରା ପରିଚାଳିତ ହେଉଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଭିକିଙ୍କୁ ଦେଖିବାକୁ ମିଳିବ। ଭିକିଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଭୁମି ପେଡନେକର ଏବଂ କିଆରା ଆଡଭାନୀ ନଜର ଆସିବେ। ଏବଂ କ୍ୟାମୋ ଭୂମିକାରେ ରଣବୀର କପୁର। ଏହି ଫିଲ୍ମକୁ ନେଇ ପ୍ରଡକ୍ସନ୍ କୌଣସି ବିବୃତ୍ତି ଦେଇନାହିଁ । ଏପରିକି ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଉଭୟ ଭିକି କୌଶଲ ଏବଂ ରଣବୀର କପୁର ଦ୍ୱିତୀୟ ଥର ପରଦାକୁ ସେୟାର କରିବେ। ଏହାପୂର୍ବରୁ ଉଭୟ ଫିଲ୍ମ ‘ସଞ୍ଜୁ’ରେ ଏକାଠି ନଜର ଆସିଥିଲେ। ଉଭୟଙ୍କ ବନ୍ଧୁତାର ଉଦାହରଣ ସମସ୍ତଙ୍କ ମୁହଁରେ ଥିଲା । ସୂଚନାରୁ କୁହାଯାଇଛି ଯେ କ୍ୟାଟ୍ରିନା ଏବେ ଖୁସି ନାହାନ୍ତି ।

Show More

Related Articles

Back to top button