Breaking PLUSବଲିଉଡମନୋରଞ୍ଜନସେଲିବ୍ରିଟିସ୍ୱତନ୍ତ୍ର

ଏକାଠି ନଜର ଆସିବେ ରଣବୀର-ଦୀପିକା

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବ୍ରହ୍ମାସ୍ତ୍ରକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ପ୍ରବଳ କ୍ରେଜ୍‌ ଦେଖିବାକୁ ମିଳିଛି। ସେପ୍ଟେମ୍ବର ୯ରେ ଏହି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ପୂର୍ବରୁ ହିଁ ଲୋକମାନେ ଏହି ଟ୍ରେଲରକୁ ବେଶ୍‌ ପସନ୍ଦ କରୁଛନ୍ତି ଓ ଏବେ ଫିଲ୍ମକୁ ଦେଖିବାକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ୩ଟି ପାର୍ଟରେ ରିଲିଜ୍‌ ହେବ।ଚଳିତ ବର୍ଷ ଫିଲ୍ମର ପ୍ରଥମ ପାର୍ଟ ରିଲିଜ୍‌ ହେଉଛି। ଏଥିରେ ରଣବୀର କପୁର ଶିବା ଭୂମିକାରେ ଅଭିନୟ କରୁଥିବା ବେଳେ ଆଲିଆ ଭଟ୍ଟ ଈଶା ଭାବେ ନଜର ଆସିବେ। ଇତି ମଧ୍ୟରେ ଖବର ଆସିଛି ଯେ ବ୍ରହ୍ମାସ୍ତ୍ର ୨ରେ ଦୀପିକା ପାଦୁକୋନ୍‌ ଏଣ୍ଟ୍ରି କରୁଛନ୍ତି। ସୂଚନା ମୁତାବକ, ଦୀପିକା ପାଦୁକୋନ୍‌ ବ୍ରହ୍ମାସ୍ତ୍ର ୨ରେ ଏକ ଖାସ୍‌ ଭୂମିକାରେ ନଜର ଆସିବେ। ସେ ପାର୍ବତୀ ଭୂମିକାରେ ଅଭିନୟ କରିବେ। ଏହାର ପ୍ରଥମ ପାର୍ଟରେ ଶିବା ଓ ଈଶାଙ୍କ କାହାଣୀ ନଜର ଆସିବ। ସେହିପରି ଦ୍ୱିତୀୟ କାହାଣୀରେ ଦେବ ଓ ପାର୍ବତୀ ଏଥିରେ ଯୋଡ଼ି ହେବେ। ଏହି ରୋଲରେ ରଣବୀର କପୁର ନଜର ଆସିବେ ସେ ନେଇ ଜଣାପଡ଼ିନାହିଁ। କିନ୍ତୁ ପାର୍ବତୀ ଭୂମିକାରେ ଦୀପିକା ହିଁ ଅଭିନୟ କରିବେ ବୋଲି ସ୍ପଷ୍ଟ ହୋଇଛି। କୁହାଯାଉଛି ଦୀପିକା ଏହାର ସୁଟିଂ ମଧ୍ୟ କରିସାରିଲେଣି।

Show More

Related Articles

Back to top button