ଓଡ଼ିଶାବଲିଉଡବ୍ୟକ୍ତିତ୍ୱସେଲିବ୍ରିଟି

ଆରପାରିରେ ବଲିଉଡ ଲୋକପ୍ରିୟ ଗାୟକ ଭୂପିନ୍ଦର ସିଂହ

ଆରପାରିରେ ବଲିଉଡ ଲୋକପ୍ରିୟ ଗାୟକ ଭୂପିନ୍ଦର ସିଂହ । ମୁମ୍ଭାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭୂପିନ୍ଦର । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ମୁମ୍ବାଇର କ୍ରିଟି କେୟାର ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ସମସ୍ତ ଶେଷ ରୀତିନୀତି କରାଯିବ । ତାଙ୍କ ପତ୍ନୀ ମିତାଲି ସିଂହ ଭୁପିନ୍ଦରଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ,ଭୂପିନ୍ଦରଙ୍କୁ କୋଭିଡ୍ ହୋଇଥିଲା । ଚିକିତ୍ସା ସମୟରେ ତାଙ୍କ ଅନ୍ତନଳୀରେ କ୍ୟାନ୍ସରେ ହେବାର ସମ୍ଭାବନା ଦେଖାଯାଇଥିଲା। ଏଥିପାଇଁ ତାଙ୍କ ସ୍ୱାସ୍ଥ୍ୟ କ୍ରମାଗତ ଭାବେ ଖରାପ ହେଉଥିଲା। ୧୦ ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସୋମବାର ସନ୍ଧ୍ୟା ୭.୩୦ରେ ତାଙ୍କ ମୃତ୍ୟ ଘଟିଥିଲା ।

ମୌସମ, ସତ୍ତେ ପେ ସତ୍ତା, ଅହିସ୍ତା ଅହିସ୍ତା, ଦୁରିୟାଁ ଏବଂ ହକିକତ ଭଳି ଫିଲ୍ମ ପାଇଁ ଭୁପିନ୍ଦର ଅନେକ ସ୍ମରଣୀୟ ଗୀତ ଗାଇଛନ୍ତି। ସେହିପରି ଗଜଲ ଗାୟକ ଭୂପିନ୍ଦର ସିଂହ ବହୁତ ଦୂର ଯାତ୍ରା କରିଥିଲେ। ‘ହୋକେ ମଜବୁର୍ ମୁଝେ ଉସେ ବୁଲାୟା ହୋଗା’, ‘ଦିଲ୍ ଧୁଣ୍ଡତା ହୈ’, ‘ଦୁକି ପେ ଦୁକି ହୋ ୟା ସଟ୍ଟେ ପେ ସତ୍ତା’ ଭଳି ତାଙ୍କର ସମସ୍ତ ଗୀତ ବହୁତ ଲୋକପ୍ରିୟ ହୋଇଥିଲା।

Show More

Related Articles

Back to top button