Breaking PLUSଦେଶମୁଖ୍ୟ ଖବରରାଜନୀତି

ରାଜସ୍ଥାନର କରଣପୁର ବିଧାନସଭା ଆସନରେ ୫ ଜାନୁଆରୀରେ ଭୋଟ୍ ଗ୍ରହଣ

ଜୟପୁର, ୫ ଡିସେମ୍ବର – କେନ୍ଦ୍ର ନିର୍ବାଚନ ଆୟୋଗ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର କରଣପୁର ବିଧାନସଭା ଆସନ ପାଇଁ ୫ ଜାନୁଆରୀରେ ଭୋଟ୍ ଗ୍ରହଣ କରାଯିବା ନେଇ ତାରିଖ ଘୋଷଣା କରିଛନ୍ତି । ଏବଂ ୧୦ ତାରିଖରେ ଭୋଟ୍ ଗଣତି କରାଯିବ ।

ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂହ କୁନ୍ନରଙ୍କ ପରଲୋକ କାରଣରୁ ନିର୍ବାଚନ ବାତିଲ୍ କରାଯାଇଥିଲା । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ, ଡିସେମ୍ବର ୧୨ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଡିସେମ୍ବର ୧୯ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ୨୦ ତାରିଖରେ ପ୍ରାର୍ଥୀପତ୍ର ଯାଂଚ୍ ଏବଂ ୨୨ ଡିସେମ୍ବର ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବ । ୫ ଜାନୁଆରୀରେ ଭୋଟ୍ ଗ୍ରହଣ ଏବଂ ୧୦ ଜାନୁଆରୀରେ ଭୋଟ୍ ଗଣତି କରାଯିବ ।

ଏଠାରେ ଉଲ୍ଲେଖଯୋଗ୍ୟ, ରାଜ୍ୟର ୨୦୦ରୁ ୧୯୯ ବିଧାନସଭା ଆସନ ପାଇଁ ନଭେମ୍ବର ୨୫ ତାରିଖରେ ମତଦାନ ଅନୁଷ୍ଠିତ ହୋଇଥିଲା । ଏବଂ ଡିସେମ୍ବର ୩ ତାରିଖରେ ଭୋଟ୍ ଗଣତି କରାଯାଇଥିଲା ।

Show More

Related Articles

Back to top button