ଓଡ଼ିଆ ଗଳ୍ପଓଡ଼ିଶା

ରଜପର୍ବ

ନା , ଦୋଳିରେ ,
ନା, ଜାମୁ କୋଳିରେ ,
ନା , ଆମ୍ବ ତୋଟାରେ ,
ନା , ପୋଡ଼ପିଠାରେ ,
ନା , ନୀତିରେ ନା, ନିଷ୍ଠାରେ,
ରଜ ଆସୁଛି କ୍ୟାଲେଣ୍ଡର ପୃଷ୍ଠାରେ ।

ନା , ଖେଳରେ ,
ନା , ମେଳରେ,
ନା , ପାନରେ ,ନା ,ପ୍ରାଣରେ,
ନା , ମନରେ ନା ଗଣରେ
ନା , ଆମ୍ବରେ, ନା ପଣସରେ
ରଜ ଆସୁଛି ମଦ ମାଂସରେ ।।

ନା , ଭାରରେ
ନା , ବ୍ୟବହାରରେ
ନା , ଭାବରେ , ନା ଅନୁଭବରେ
ନା , ପ୍ରେମରେ ନା ପ୍ରଥାରେ।
ରଜ ଆସୁଛି ଖାଲି କଥାରେ ।

ନା , ସଜରେ ନା ବାଜରେ ,
ନା , ବେଶରେ ,
ନା , ଖିଲି ଖିଲି ହସରେ,
ନା , ମଉଜରେ ନା ମଜଲିସରେ ,
ଟାଉନ୍ ରେ ବା ଭିଲେଜ୍ ରେ ,
ରଜ ଆସୁଛି ଏବେ
ହ୍ଵାଟ୍ସଆପ ମେସେଜ୍ ରେ ।।।
– – – – – – – – * – – – – – – –
ନିଆରା ଆମ ପ୍ରଥା , ପରମ୍ପରା ।
ମହାନ ଆମ ସଂସ୍କୃତି , ସଭ୍ୟତା ।
ପବିତ୍ର ଆମ ପର୍ବପର୍ବାଣି ।
ସେ ନିଆରାପଣ, ମହାନତା, ପବିତ୍ରତା
ଅକ୍ଷୁର୍ଣ ରହୁ,ଅତୁଟ ରହୁ,ଅକ୍ଷୟ ରହୁ ।।
ପ୍ରତିଟି ପ୍ରାଣରୁ ଏ ପ୍ରୟାସ ପର୍ଯ୍ଯାପ୍ତ ହେଉ
ଏ ପ୍ରତ୍ୟାଶା ସହ – – – – – –
ଏ ବର୍ଷର ରଜ, ରସମୟ ହେଉ,
ରଙ୍ଗମୟ ହେଉ, ଅନ୍ତରରୁ
ଅକପଟ ଅଭିଳାଷ ।।
Happy Raja

Show More

Related Articles

Back to top button