ଦେଶସ୍ୱତନ୍ତ୍ର

ପ୍ରଧାନମନ୍ତ୍ରୀଙ୍କୁ ରାଜ କୁନ୍ଦ୍ରାଙ୍କ ଚିଠି ,ଲେଖିଲେ ଏପରି କଥା

ପ୍ରଧାନମନ୍ତ୍ରୀଙ୍କୁ ରାଜ କୁନ୍ଦ୍ରାଙ୍କ ଚିଠି । ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । କେବଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନୁହେଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ମଧ୍ୟ ରାଜ୍ ଚିଠି ଲେଖିଛନ୍ତି ।

ତେବେ ପ୍ରଧାନ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରିବାରେ ସେ ସମ୍ପୃକ୍ତ ନାହାନ୍ତି । ଏହାସହ କୌଣସି ଅଭିଯୁକ୍ତଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । କେବଳ ଏତିକି ନୁହେଁ, ଅଶ୍ଳୀଳ ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ତାଙ୍କ ନାମ ଉଲ୍ଲେଖ ନହେବା ସତ୍ତ୍ୱେ ପୋଲିସ ତାଙ୍କୁ ଏହି ମାମଲାରେ ଟାଣି ନେଉଛି ବୋଲି ରାଜ ଚିଠିରେ ଜଣାଇଛନ୍ତି ।

ସେହିପରି ସିବିଆଇକୁ ମଧ୍ୟ  ଏହି ଚିଠିରେ ସେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିବା ସହ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ବରିଷ୍ଠ ଅଧିକାରୀ ମୋତେ ଫସାଇଛନ୍ତି ବୋଲି କହିଛନ୍ତି । ଏତତ୍ ବ୍ୟତୀତ ରାଜ କୁନ୍ଦ୍ରା ସିବିଆଇକୁ ମଧ୍ୟ ଏହି ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି ।

ସେ ଏହା ଲେଖିଛନ୍ତି ଯେ ମୁମ୍ବାଇ କ୍ରାଇମ ବ୍ରାଞ୍ଚର କିଛି ଅଧିକାରୀ ତାଙ୍କୁ ଏହି ମାମଲାରେ ଫସାଇବା ସହ ଜାଣି ଜାଣି ସମ୍ପୃକ୍ତ କରିବା ପାଇଁ ଏହା କରିଛନ୍ତି । ତାଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ ପ୍ରତ୍ୟେକ ସାକ୍ଷୀଙ୍କୁ ଚାପ ଦିଆଯାଉଥିବା ନେଇ ମଧ୍ୟ ରାଜ କୁନ୍ଦ୍ରା ଅଭିଯୋଗ କରିଛନ୍ତି ।

 

 

Show More

Related Articles

Back to top button