Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଲଦ୍ଦାଖରେ ରାହୁଲଙ୍କ ବାଇକ୍ ରାଲି, ସେୟାର କଲେ ଫଟୋ

ପେଙ୍ଗଙ୍ଗ ହ୍ରଦକୁ ଯାତ୍ରା କଲେ ରାହୁଲ

ଲଦ୍ଦାଖରେ ବାଇକ ରାଇଡରେ ବାହାରିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହାର କିଛି ଫଟୋ ଏବେ ସାମ୍ନାକୁ ଆସିଛ । ରାହୁଲ ଗାନ୍ଧୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସବୁ ଫଟୋ ସେୟାର କରି ଲେଖିଛନ୍ତି, ପେଙ୍ଗଙ୍ଗ ହ୍ରଦକୁ ଯାତ୍ରା କରୁଛି । ମୋ ବାପା କହୁଥିଲେ ଏହା ବିଶ୍ୱର ଅନ୍ୟତମ ସୁନ୍ଦର ସ୍ଥାନ । କଂଗ୍ରେସର ଟ୍ୱିଟର ଆକାଉଣ୍ଟରୁ ମଧ୍ୟ ଏହି ଫଟୋ ଗୁଡିକୁ ସେୟାର କରାଯାଇଛି । ରାହୁଲ ନିଜେ ବାଇକ ଚଲାଇ ପୂର୍ବ ଲଦ୍ଦାଖରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପେଙ୍ଗଙ୍ଗ ହ୍ରଦ ନିକଟରେ ପହଞ୍ଚିଛନ୍ତି ।

ରାହୁଲ ଆଜି ସେଠାରେ ରାତ୍ରୀ ଯାପନ କରିବେ । ଏହାସହ ଆସନ୍ତାକାଲି ପେଙ୍ଗଙ୍ଗ ହ୍ରଦ ନିକଟରେ ତାଙ୍କ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ କରିବେ ରାହୁଲ । …

Show More

Related Articles

Back to top button