ସ୍ୱାସ୍ଥ୍ୟ

ମାଣ୍ଡିଆକୁ ସକାଳ ଜଳଖିଆରେ କରନ୍ତୁ ସାମିଲ, ମିଳିବ ଏହିସବୁ ଫାଇଦା

ମାଣ୍ଡିଆ ଗୋଟିଏ ଏପରି ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଯାହାର ଚାହିଦା ଆଜିକାଲି ଖୁବ ଦେଖିବାକୁ ମିଳୁଛି l ଏହି ଜିନିଷ ଟି କ୍ୟାଲସିୟମ ,ଭିଟାମୀନସ ,ଫାଇବର ,କାର୍ବୋହାଇଡ୍ରେଟ ଭରପୁର ଅଟେ l ମାଣ୍ଡିଆରେ ସବୁଠାରୁ ଅଧିକ କ୍ୟାଲସିୟମ ମିଳିଥାଏ l ଫାଇବର ରହିଥିବା କାରଣରୁ ଓଜନ କମାଇବା ସହିତ ରକ୍ତରେ ଶର୍କରା ମାତ୍ରାକୁ ମଧ୍ୟ ନିୟଂତ୍ରଣ କରିଥାଏ

ମାଣ୍ଡିଆକୁ ଗୁଣ୍ଡ କରି ଖାଇବା ସହିତ ଅଙ୍କୁରିତ ଗଜା କରି ଖାଇପାରିବେ l ମାଣ୍ଡିଆ ଦ୍ୱାରା ରକ୍ତ ହୀନତା ମଧ୍ୟ ଦୂର ହୋଇଥାଏ l ସକାଳ ଜଳଖିଆ ରେ ମାଣ୍ଡିଆରେ ପ୍ରସ୍ତୁତ ଜିନିଷ ଖାଆନ୍ତୁ ଯାହା ଆପଣଙ୍କୁ ଦିନସାରା ଫୁର୍ତି ରଖିବ l

କ୍ୟାଲସିୟମରେ ଭରପୁର ମାଣ୍ଡିଆ – ମାଣ୍ଡିଆରେ କ୍ୟାଲସିୟମ ରହିଥାଏ , ୧୦୦ ଗ୍ରାମ ମାଣ୍ଡିଆରେ ୩୪୪ ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ l ହାଡ଼କୁ ଦୁର୍ବଳ ହେବାରୁ ରକ୍ଷା କରିବା ସହିତ ବିଭିନ୍ନ ହାଡ ସମ୍ବଧୀୟ ରୋଗରୁ ମଧ୍ୟ ରକ୍ଷା କରିଥାଏ l ପିଲାମାନଙ୍କର ବଢୁଥିବା ବୟସରେ ମାଣ୍ଡିଆର ଯାଉ ଶରୀରକୁ ଅନେକ ପୋଷକତତ୍ୱ ଦେଇଥାଏ l ହାଡ ଗୋଡ଼କୁ ମଝବୁତ କରିବା ପାଇଁ ଡାକ୍ତର ମାନେ ମାଣ୍ଡିଆ ଖାଇବାକୁ ପରାମର୍ଶ ଦେଇଥାନ୍ତି l

ଆନିମିଆ ପାଇଁ କାଭଦାୟକଃ -ମାଣ୍ଡିଆ ଆଇରନର ଗୋଟିଏ ବଡ ସ୍ରୋତ ଅଟେ l ଏଥିରେ ଥିବା ଆଇରନ ରକ୍ତ ହୀନତା ରୋଗୀ ମାନଙ୍କ ପାଇଁ ଖୁବ ଲାଭଦାୟକ ଅଟେ l ମାଣ୍ଡିଆକୁ ଆମେ ମୁଗ ଗଜା ବୁଟ ଗଜା ଭଳି ଅଙ୍କୁରିତ କରି ମଧ୍ୟ ଖାଇ ପାରିବା l ତେଣୁ ରକ୍ତ ହୀନତା ରୋଗୀ ମାନେ ହିମୋଗ୍ଲୋବିନର ସ୍ତରକୁ ଠିକ ରଖିବା ପାଇଁ ମାଣ୍ଡିଆ ଖାନ୍ତୁ l ଏହା ଦ୍ୱାରା ଆପଣଙ୍କ ଶରୀରକୁ ଠିକରେ ରକ୍ତ ମଧ୍ୟ ମିଳି ପାରିବ l

ଚିନ୍ତାମୁକ୍ତ କରିଥାଏ ମାଣ୍ଡିଆ -ପ୍ରତେକ ଦିନ ମାଣ୍ଡିଆ ଖାଇବା ଦ୍ୱାରା ମଣିଷ ଚିନ୍ତା ଗ୍ରସ୍ତରୁ ଦୁରେଇ ରହିବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି l ମାଣ୍ଡିଆରେ ଅମିନୋ ଏସିଡ ଓ ଆଣ୍ଟିଆକ୍ସିଡେଣ୍ଟ ରହିଥିବା କାରଣରୁ ଏହା ଆମକୁ ପ୍ରାକୃତିକ ଉପାୟରେ ଚିନ୍ତା ଶୂନ୍ୟ ରଖେ l ମାଈଗ୍ରେନ ସହିତ ସଂଘର୍ଷ କରୁଥିବା ରୋଗୀ ମାନଙ୍କୁ ମାଣ୍ଡିଆ ଖାଇବାକୁ ପରାମର୍ଶ ଦିଆଯାଇଥାଏ l

ଓଜନ କମାଇବା ସହିତ ରକ୍ତ ଶର୍କରା ପାଇଁ ଲାଭଦାୟକ -ମାଣ୍ଡିଆରେ ଅଧିକ ମାତ୍ରାରେ ଫାଇବର ରହିଥାଏ l ଏହାକୁ ଖାଇବା ପରେ ପେଟ ଅଧିକ ସମୟ ଧରି ଭରପୁର ଲାଗିଥାଏ l ଏଥିରେ ଭୋକ କମ ଲାଗିବ ସହିତ ଓଜନ କମାଇବାରେ ମଧ୍ୟ ସାହାଯ୍ୟ ମିଳିଥାଏ l ମାଣ୍ଡିଆ ରକ୍ତ ଶର୍କରା ସ୍ଥରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ l

ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ମାଣ୍ଡିଆ -ମାଣ୍ଡିଆରେ ଥିବା ଅମିନୋ ଏସିଡ ସାହାଯ୍ୟରେ ଚର୍ମର ଟିସୁ ଖରାପ ହୋଇ ନଥାଏ ଓ ଚର୍ମରେ କୁଞ୍ଚନ ମଧ୍ୟ ଶୀଘ୍ର ପଡି ନଥାଏ l ଗବେଷକଙ୍କ ମତରେ ମାଣ୍ଡିଆରେ ଭିଟାମିନ-ଡି ର ସ୍ରୋତ ଅଧିକ ମାତ୍ରାରେ ରହିଛି ତେଣୁ ଏହାକୁ ସକାଳର ଜଳଖିଆରେ ସାମିଲ କରିବା ଆବଶ୍ୟକ ,କାରଣ ଚର୍ମ ସହିତ ଶରୀରର ଭିତର ପଟରେ ଥିବା ଟିସୁ ଗୁଡିକ ମଧ୍ୟ ସମୃଦ୍ଧ ହୋଇଥାଏ l

Show More

Related Articles

Back to top button