Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ କମୁଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୩୭ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ଦେଶରେ ପୁଣି କମିଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୭ ହଜାର ୯୭୫ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ୭୭ ହଜାର ୮୪୧କୁ ବୃଦ୍ଧି ପାଇଛି ।

ଦେଶରେ ପୁଣି କମିଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୭ ହଜାର ୯୭୫ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ୭୭ ହଜାର ୮୪୧କୁ ବୃଦ୍ଧି ପାଇଛି ।

ଦୈନିକ ମୃତ୍ୟୁସଂଖ୍ୟା ବି ଖସିଛି । ଦିନକରେ ପ୍ରାଣ ହରାଇଛନ୍ତି ଆଉ ୪୮୦ ଜଣ ଆକ୍ରାନ୍ତ । ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୪ ହଜାର ୨୧୮ରେ ପହଞ୍ଚଛି । ଦେଶରେ କରୋନା ମୃତ୍ୟୁହାର ରହିଛି ୧.୪୬% ।

ସୁସ୍ଥହାର କ୍ରମାଗତ ଭାବରେ ବଢି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆରୋଗ୍ୟ ଲାଭ କରିଛନ୍ତି ୪୨ ହଜାର ୩୧୪ କରୋନା ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୮୬ ଲକ୍ଷ ୪ ହଜାର ୯୫୫ ଜଣ । ଆରୋଗ୍ୟ ହାର ରହିଛି ୯୩.୭୬% । ଏବେ ୪ଲକ୍ଷ ୩୮ ହଜାର ୬୬୭ଟି ଆକ୍ଟିଭ୍ କେସ୍ ରହିଛି ।

Show More

Related Articles

Back to top button