Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

କ୍ୱାର୍ଟରରେ ପରାସ୍ତ ପରେ ଏସୀୟ କ୍ରୀଡାରୁ ବାହାରିଲେ ପିଭି ସିନ୍ଧୁ

ହାଙ୍ଗଝୋ- ଏସୀୟ କ୍ରୀଡାରୁ ବାହାର ହେଲେ ଭାରତୀୟ ଷ୍ଟାର ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ଗୁରୁବାର କ୍ୱାର୍ଟରରେ ପରାସ୍ତ ହେବା ପରେ ଏସୀୟ କ୍ରୀଡାରୁ ବାଦ ପଡିଛନ୍ତି । ମହିଳା ବ୍ୟାଡମିଣ୍ଟନ ଏକକ କ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁଙ୍କୁ ଚୀନର ବିଙ୍ଗଜାଓ 21-16, 21-12ରେ ପରାସ୍ତ କରିଛନ୍ତି । ଏହି ମ୍ୟାଚ 47ମିନିଟ ଧରି ଚାଲିଥିଲା ।
ପ୍ରଥମ ଗେମରେ ପିଭି ସିନ୍ଧୁ ବିଙ୍ଗଜାଓଙ୍କୁ ଚାଲେଞ୍ଜ ଦେଇ କିଛି ସମୟ ପାଇଁ ମୁକାବିଲାରେ 18-16 ସ୍ଥିତିରେ ଥିଲେ । କିନ୍ତୁ ଚୀନୀ ସଟଲର ଏହାପରେ ଦମଦାର ପ୍ରଦର୍ଶନ କରି ପ୍ରଥମ ଗେମକୁ ଅକ୍ତିଆର କରିଥିଲେ ।
ଦ୍ୱିତୀୟ ଗେମରେ ମଧ୍ୟ ବିଙ୍ଗଜାଓ ଚମତ୍କାର ପ୍ରଦର୍ଶନ ଜାରି ରଖି ଜିତ ହାସଲ କରିବା ସହ ସେମିରେ ପ୍ରବେଶ କରିଛନ୍ତି ।

Show More

Related Articles

Back to top button