Breaking PLUSଦେଶମୁଖ୍ୟ ଖବର

ସିକ୍ମିମରେ ବିପର୍ଯ୍ୟୟ, 23 ଯବାନଙ୍କ ସହ 102 ନିଖୋଜ

ଗ୍ୟାଙ୍ଗଟକ- ଉତ୍ତର ସିକ୍କିମରେ ବିପର୍ଯ୍ୟୟ ରଚିଛି ପ୍ରକୃତି । ଲୋନକ ହ୍ରଦ ଉପରେ ବାଦଲଫଟା ବର୍ଷା ଯୋଗୁ ତିସ୍ତା ନଦୀରେ ଅଚାନକ ବନ୍ୟା ଆସିଯାଇଥିଲା । ଫଳରେ ସିକ୍କିମ ଓ ଉତ୍ତର ବଙ୍ଗର ତିସ୍ତା ନଦୀ କୂଳରେ ଥିବା ଅଞ୍ଚଳ ବ୍ୟାପକ ପ୍ରଭାବିତ ହୋଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ସିକ୍କିମର 3ଟି ଜିଲ୍ଲାରୁ 14ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ 23 ଯବାନଙ୍କ ସହିତ 102ଜଣ ସାଧାରଣ ନାଗରିକ ନିଖୋଜ ଅଛନ୍ତି ।
14 ମୃତକଙ୍କ ମଧ୍ୟରେ ଗ୍ୟାଙ୍ଗଟକରୁ 3ଜଣ, ମଙ୍ଗନ ଜିଲ୍ଲାରୁ 4ଜଣ, ପାକିମ ଜିଲ୍ଲାରୁ 7ଜଣଙ୍କ ମୃତ୍ୟୁ ହୋଇଛି । ନାମଚୀ ଜିଲ୍ଲାରେ କାହାର ମୃତ୍ୟୁ ହୋଇନଥିବା ବେଳେ 5ଜଣ ନିଖୋଜ ଅଛନ୍ତି । ସେହିପରି ଗ୍ୟାଙ୍ଗଟକରୁ 22ଜଣ ମଙ୍ଗନରୁ 16ଜଣ, ପାକିମରୁ 59ଜଣ ତିସ୍ତାରେ ଭାସିଯାଇଥିବା ସୂଚନା ମିଳିଛି । ସେହିପରି 26ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ତିସ୍ତା ନଦୀରେ ବ୍ୟାନ ଯୋଗୁ 11ଟି ପୋଲି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେହିପରି ଏହି 4ଟି ଜିଲ୍ଲାରୁ ଭିନ୍ନ ଭିନ୍ନ ସ୍ଥାନରେ 2011 ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ବିପର୍ଯ୍ୟୟ ଯୋଗୁ 22ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରଭାବିତଙ୍କ ନିମନ୍ତେ 4ଟି ଜିଲ୍ଲାରେ 22ଟି ଶିବିର ଖୋଲାଯାଇଛି ।

Show More

Related Articles

Back to top button