Breaking PLUSଓଡ଼ିଶାମୁଖ୍ୟ ଖବର

ବର୍ଷର ଅନ୍ତିମ ଦିବସରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼

ପୁରୀ, ୩୧ ଡିସେମ୍ବର – ରାତି ପାହିଲେ ନୂଆ ବରଷ । ଆଜି ବର୍ଷର ଶେଷ ଦିନ ତଥା ରବିବାର ଯୋଗୁଁ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିରହିଛି । ଶ୍ରଦ୍ଧାଳୁମାନେ ମରିଚିକୋଟ ଛକ ଠାରୁ ଧାଡିରେ ଯାଇ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ସୁରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ ୩୭ ସେକ୍ସନ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ବେଳେ ଶ୍ରୀମନ୍ଦିର ବାହାରେ ୬୮ ସେକ୍ସନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନ୍ୟପକ୍ଷରେ ସହର ସମେତ ସମୁଦ୍ର ବେଳାଭୂମିରେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇଛି । ମାର୍କେଟ୍ ଛକରୁ ସିଂହଦ୍ଵାର ପର୍ଯ୍ୟନ୍ତ ଅଂଚଳକୁ ନୋ ଭେଇକିଲ ଜୋନ୍ କରାଯାଇଛି । ବଡଦାଣ୍ଡରେ ଟ୍ରାଫିକ୍ ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ସେହିପରି ସମୁଦ୍ର କୂଳ ଦିଗବାରିଣୀ ଖୁଂଟି ଠାରୁ ବତୀଘର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ କୌଣସି ଯାନବାହନ ପାର୍କିଂ ହୋଇପାରିବ ନାହିଁ । ଏନେଇ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ଆଜି ଓ ଆସନ୍ତାକାଲି ପାଇଁ ଏହି ନିୟମ ଲାଗୁ କରିଛି ଜିଲ୍ଲା ପୋଲିସ । ସମୁଦ୍ର କୂଳରେ ପୁରୁଣା ବର୍ଷକୁ ବିଦାୟ ଓ ନୂଆ ବର୍ଷକୁ ସ୍ଵାଗତ କରିବା ପାଇଁ ପର୍ଯ୍ୟଟକଙ୍କ ଗହଳି ଲାଗି ରହିଛି ।

Show More

Related Articles

Back to top button