ବାଣିଜ୍ୟ

ପବ୍ଲିକ ଷ୍ଟକ୍‌ରୁ ଖାଦ୍ୟଶସ୍ୟ ରପ୍ତାନୀ କରିବାକୁ ଅନୁମତି ଦିଅ: WTO ଆଗରେ ପ୍ରସ୍ତାବ ରଖିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ସାରା ଦେଶରେ ଦେଖାଯାଇଥିବା ଖାଦ୍ୟ ସଂକଟକୁ ନେଇ ଚିନ୍ତା ପ୍ରକଟ କରିଛି ଜାତିସଂଘ। ବିଶେଷ କରି ଗୃହଯୁଦ୍ଧ ସାମ୍ନା କରୁଥିବା ଦେଶ ଓ ଆର୍ଥିକ ଦୁର୍ବଳ ଦେଶଗୁଡ଼ିକରେ ଖାଦ୍ୟସଂକଟ ଦେଖା ଦେଇଛି। ତେଣୁ ଆବଶ୍ୟକୀୟ ଦେଶଗୁଡ଼ିକୁ ଖାଦ୍ୟଶସ୍ୟ ରପ୍ତାନୀ କରିବାକୁ ଭାରତକୁ ଅନୁମତି ଦିଆଯାଉ ବୋଲି ବିଶ୍ୱ ବାଣିଜ୍ୟିକ ସଂଗଠନ(ଡବ୍ଲୁଟିଓ)କୁ କହିଛନ୍ତି ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ବିଶ୍ୱରେ ଖାଦ୍ୟସୁରକ୍ଷାରେ ବାଧକ ସାଜୁଥିବା ସମସ୍ୟାର ମୁକାବିଲା ପାଇଁ ବୈଶ୍ୱିକ ସହଯୋଗକୁ ମଜଭୁତ କରିବା ଉଦ୍ଦେଶ୍ୟରେ ଇଣ୍ଡୋନେସିଆର ବାଲିରେ ଜି-୨୦ ଦେଶଗୁଡ଼ିକର ଅର୍ଥୀମନ୍ତ୍ରୀ ଓ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଆଜି ତୃତୀୟ ବୈଠକ ହୋଇଥିଲା। ଏହି ବୈଠକରେ ଯୋଗ ଦେଇ ଜି-୨୦ ପ୍ରତିନିଧିମାନଙ୍କୁ ଭାରତର କଥା ରଖିଥିଲେ। WTOର ନିୟମ ଅନୁସାରେ, ରାଷ୍ଟ୍ରଗୁଡ଼ିକରେ ଲୋକମାନଙ୍କ ପାଇଁ ଗଚ୍ଛିତ ଥିବା ଖାଦ୍ୟଶସ୍ୟକୁ ରପ୍ତାନୀ କରିବାକୁ ଦିଆଯାଏନି। କାରଣ ସେଗୁଡ଼ିକ ସବ୍‌ସିଡିରେ କିଣାଯାଇଥାଏ। ଏନେଇ ସୀତାରମଣ କହିଛନ୍ତି “ଏଭଳି କିଣାଯାଇଥିବା ଖାଦ୍ୟଶସ୍ୟଗୁଡ଼ିକୁ ରପ୍ତାନୀ କରିବାରେ WTO ପ୍ରତିବନ୍ଧକ ରହିଛି। ଉରୁଗ୍ୱେ ଦିନରୁ ଏଭଳି ସ୍ଥିତି ରହି ଆସିଛି। ଆମେ ବାରମ୍ବାର ଏହା କହିସାରିଛୁ ଯେ ତେବେ ଆମ ପାଖରେ ଖାଦ୍ୟଶସ୍ୟ ଅଧିକ ରହିଛି।

ତେବେ ଆମର ଛୋଟ କୃଷକଙ୍କ ପାଇଁ ଆମର କଣ ବ୍ୟବସ୍ଥା ଅଛି ? ଆମେ ବ୍ୟବସାୟୀ କରିବାକୁ ଇଚ୍ଛୁକ। ” ବିଶ୍ୱରେ ଭୋକ ଦୂର କରିବା ଓ ଖାଦ୍ୟ ସୁରକ୍ଷାରେ ସମସ୍ୟାକୁ ଦୂର କରିବାରେ ଭାରତ ସହଯୋଗ କରିପାରିବ। କିନ୍ତୁ WTOରେ କିଛି ଏଥିରେ ଅରାଜୀ ହେଉଛନ୍ତି ବୋଲି ସୀତାରମଣ କହିଛନ୍ତି। ଋଷ-ୟୁକ୍ରେନ୍ ଯୁଦ୍ଧରେ ପରିବହନ ବାଧିତ ହୋଇଥିବାରୁ ବର୍ତ୍ତମାନ ଅନେକ ଦେଶରେ ଖାଦ୍ୟଶସ୍ୟର ଅଭାବ ଦେଖାଦେଇଛି। ତେଣୁ ସିଙ୍ଗାପୁର ନେତୃତ୍ୱରେ ୭୦-୮୦ଟି ଦେଶର ଗ୍ରୁପ୍‌ WTOର ସଦଶ୍ୟ ଦେଶଗୁଡ଼ିକୁ ଖାଦ୍ୟଶସ୍ୟ ରପ୍ତାନୀ ଉପରେ ପ୍ରତିବନ୍ଧକ ନଲଗାଇବାକୁ ପ୍ରୋତ୍ସାହିତ କରୁଛନ୍ତି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ(WFP) ମାଧ୍ୟମରେ କିଣାଯାଉଥିବା ଖାଦ୍ୟଶସ୍ୟ ରପ୍ତାନୀ ଉପରେ ପ୍ରତିବନ୍ଧକ ନ ବଢ଼ାଇବା ପାଇଁ ଅନୁରୋଧ କରାଯାଉଛି।

Show More

Related Articles

Back to top button