ଓଡ଼ିଶାପାଣିପାଗ

୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ବର୍ଷା । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ରାଜ୍ୟରେ ରବିବାରଠାରୁ ଲଘୁଚାପର ପ୍ରଭାବ କମିବା ସହ ବର୍ଷା ବି କମିଯିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ସେହିପରି ପାଣିପାଗ ବିଭାଗର ସୂଚନା ଅନୁଯାୟୀ , ଶନିବାର କେନ୍ଦ୍ରୀୟ ଓଡ଼ିଶାରେ ଅଧିକ ବର୍ଷା ହେବ । ନୂଆପଡ଼ା, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସୋନପୁର ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।   ୧୭ ଓ ୧୮ ଦୁଇ ଦିନ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

 

Show More

Related Articles

Back to top button