ଦେଶ ବିଦେଶରାଜନୀତି

ପ୍ରିୟଙ୍କା ଗାନ୍ଧି: ‘ଭାଇ ରାହୁଲ ଗାନ୍ଧିଙ୍କ ପାଇଁ ମୁଁ ଜୀବନ ଦେବାକୁ ବି ପ୍ରସ୍ତୁତ’

ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ୫ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ରହିଛି ।

ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଏହାରି ମଧ୍ୟରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧି ବଡ ବୟାନ ଦେଇଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟ୍ବିଟ୍‌ର ଜବାବ ଦେବାକୁ ଯାଇ ପ୍ରିୟଙ୍କା କହିଛନ୍ତି, ‘ମୋ ଭାଇ ପାଇଁ ଜୀବନ ବି ଦେବାକୁ ପଛାଇବିନି ଏବଂ ମୋ ଭାଇ ବି ମୋ ପାଇଁ ଜୀବନ ଦେଇଦେବ । ତେବେ ବିବାଦ କେଉଁଠି ରହିଲା?’ ବରଂ ଯୋଗୀ ଆଦିତ୍ୟ ନାଥଙ୍କ ମନରେ ବିବାଦ ଚାଲିଛି । ମୋଦି, ଅମିତ ଶାହା ଏବଂ ତାଙ୍କ ମଧ୍ୟରେ ଳାଗିରହିଥିବା ବିବାଦ ବିଷୟରେ ଯୋଗୀ ଆଦିତ୍ୟନାଥ କହୁଥିବେ । ସୂଚନାଯୋଗ୍ୟ, ସିଏମ୍‌ ଯୋଗୀ ଆଦିତ୍ୟନାଥ ଏକ ଟ୍ବିଟ୍‌ କରି କହିଥିଲେ ‘ଭାଇ-ଭଉଣୀ ମଧ୍ୟରେ ବ୍ୟକ୍ତିଗତ ଝଗଡା କାରଣରୁ କଂଗ୍ରେସ ଡୁବି ଯିବ ।’ ଯୋଗୀଙ୍କ ଏଭଳି ପ୍ରତିକ୍ରିୟାକୁ ନେଇ କଡା ଜବାବ ଦେଇଛନ୍ତି ପ୍ରିୟଙ୍କା ଗାନ୍ଧି । ଏହା ପୂର୍ବରୁ ପଞ୍ଜାବର କୋଟକପୁରାରେ ଆମ୍‌ ଆଦମୀ ପାର୍ଟି ଏବଂ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ।

ସେ କହିଛନ୍ତି, ୨୦୧୪ ଗୁଜୁରାଟ ମଡେଲ କହି ଲୋକଙ୍କୁ ମୁର୍ଖ ବନାଇଥିଲା ବିଜେପି । କିନ୍ତୁ କଂଗ୍ରେସ ସେଭଳି ପ୍ରତିଶ୍ରୁତିରେ ବିଶ୍ବାସ କରେନି । ପଞ୍ଜାବରେ ଚରଣଜିତ ସିଂହ ଚନ୍ନି ସାଧାରଣ ଜନତାଙ୍କ ନେତା । ପଞ୍ଜାବର ସରକାର ଦିଲ୍ଲୀରୁ ପରିଚାଳିତ ହେଉନାହିଁ । ଲଖୀମପୁର ହିଂସାକାଣ୍ଡ ଘଟଣାର ମୁଦ୍ଦା ମଧ୍ୟ ଉଠାଇଛନ୍ତି ପ୍ରିୟଙ୍କା । ଏହା ସହିତ ଚାଷୀ ଆନ୍ଦୋଳନରେ ଅନେକ କୃଷକ ପ୍ରାଣ ହରାଇଥିଲେ । ତଥାପି ଚାଷିମାନେ ମୁଣ୍ଡ ନୁଆଁଇ ନଥିଲେ । ପଞ୍ଜାବରେ ୫ ବର୍ଷ ହେଲା ଦଳ କ୍ଷମତାରେ ରହିଛି । କ୍ୟାପଟେନ୍‌ ଅମରିନ୍ଦରଙ୍କୁ ଟାର୍ଗେଟ୍‌ କରି ପ୍ରିୟଙ୍କା କହିଛନ୍ତି, ‘ସେ ଥିଲା ବେଳେ ପଞ୍ଜାବରେ ସରକାର ଚାଲିବା ବନ୍ଦ ହୋଇଯାଇଥିଲା । ସେତେବେଳେ ସରକାର ଦିଲ୍ଲୀରୁ ଚାଲୁଥିଲା । ବଡ କଥା ହେଉଛି କ୍ୟାପଟେନ୍‌ ମୁଖ୍ୟମନ୍ତ୍ରୀ ଥିବା ବେଳେ ପଞ୍ଜାବ ସରକାର କଂଗ୍ରେସ ଦ୍ବାରା ନୁହେଁ ବରଂ ଦିଲ୍ଲୀରୁ ବିଜେପି ଦ୍ବାରା ପରିଚାଳିତ ହେଉଥିଲା ।’

Show More

Related Articles

Back to top button