Breaking PLUSଦେଶ ବିଦେଶମୁଖ୍ୟ ଖବର

୫ ରୁ ୧୫ ବର୍ଷ ବୟସ୍କଙ୍କୁ କେବେ ଦିଆଯିବ ଭ୍ୟାକସିନ୍‌?

ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଦେଶରେ କେବେ ଲାଗିବ ୫ରୁ ୧୫ ବର୍ଷ ବୟସ୍କ ପିଲାଙ୍କୁ ଭ୍ୟାକସିନ୍‌? ଏ ନେଇ ଦୀର୍ଘଦିନ ହେଲା ଲାଗିରହିଛି ସସ୍‌ପେନ୍ସ । ଏହାରି ମଧ୍ୟରେ ବୟାନ ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭୀୟ । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ‘ଖୁବଶୀଘ୍ର ଦେଶରେ ୫ ରୁ ୧୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଟିକାକରଣ କରାଯିବ । ଏ ନେଇ କେନ୍ଦ୍ର ସରକାର ବିଶେଷଜ୍ଞଙ୍କ ସହ ଆଲୋଚନା ଜାରିରଖିଛନ୍ତି । ବିଶେଷଜ୍ଞମାନେ ଏ ନେଇ କୌଣସି ସୁପାରିଶ କରିନାହାନ୍ତି ।’ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ‘କେଉଁ ଆୟୁ ବର୍ଗଙ୍କୁ କେବେ ଏବଂ କେଉଁ ପ୍ରକାର ଭ୍ୟାକସିନ୍‌ ଦିଆଯିବ ସେ ନେଇ ବିଶେଷଜ୍ଞମାନେ ସୁପାରିଶ କରିବା ପରେ କାର୍ଯ୍ୟକାରୀ ହୁଏ । ଏ ନେଇ ପରୀକ୍ଷା ଚାଲିଛି । ଖୁବ ଶୀଘ୍ର ୫ ରୁ ୧୫ ବର୍ଷ ବୟସର ପିଲାଙ୍କୁ ଟିକାକରଣ କରାଯିବ ।’ ସୂଚନାଯୋଗ୍ୟ, ଗତ ମାସରେ ଭାରତରେ ୧୫ ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା ।

ତେବେ ବଡ କଥା ହେଉଛି ପିଲାଙ୍କ ଶରୀରରେ ଆଣ୍ଟିବଡି ତିଆରି କ୍ଷମତା ରହିଛି । ଗତ ବର୍ଷ ଅଗଷ୍ଟ ମାସ​‌ରେ ଏକ ସର୍ବେକ୍ଷଣରେ ପ୍ରକାଶ ପାଇଥିଲା ଯେ, ଦେଶରେ ୧୫ରୁ ୧୮ ବର୍ଷ ବୟସ ୬୭ ପ୍ରତିଶତ ପିଲାଙ୍କ ଶରୀରରେ ଆଣ୍ଟିବଡି ତିଆରି ହେଉଛି ଏବଂ କରୋନା ସଂକ୍ରମଣ ମଧ୍ୟ ଖୁବକମ ଦେଖାଯାଉଛି । ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, ଦେଶରେ ୧୫ ରୁ ୧୮ ବର୍ଷ ବୟସ ପ୍ରାୟ ୭୫ ପ୍ରତିଶତ ପିଲା କୋଭିଡ୍‌ ଟିକା ନେଇସାରିଲେଣି । ସେହିଭଳି ୯୬ ପ୍ରତିଶତ ବୟସ୍କ ବ୍ୟକ୍ତି ପ୍ରଥମ ଡୋଜ୍‌ ଏବଂ ୭୭ ପ୍ରତିଶତ ବୟସ୍କ ବ୍ୟକ୍ତି କୋଭିଡ୍‌ର ଦ୍ବିତୀୟ ଡୋଜ୍‌ ଟିକା ନେଇସାରିଛନ୍ତି । ଭାରତରେ ପୂର୍ବରୁ ହିଁ ଟିକାକରଣ ବ୍ୟାପକ ହୋଇଥିବାରୁ ତୃତୀୟ ଲହରକୁ ସଫଳତାର ସହ ସାମ୍ନା କରିଛନ୍ତି ଦେଶବାସୀ ।

Show More

Related Articles

Back to top button