Breaking PLUSଦେଶ ବିଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଲୋକାର୍ପିତ ହେଲା ବିଶ୍ୱର ସୁଦୀର୍ଘ ଓ ସର୍ବୋଚ୍ଚ ଟନେଲ୍‍

ହିମାଚଳପ୍ରଦେଶ ରୋହତାଙ୍ଗରେ ସ୍ୱତନ୍ତ୍ର ଉତ୍ସବରେ ଏହାର ଲୋକାର୍ପଣ ହୋଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଦ୍ୱାରା ଲୋକାର୍ପିତ ହେଲା ଅଟଳ ଟନେଲ୍‍ । ହିମାଚଳପ୍ରଦେଶ ରୋହତାଙ୍ଗରେ ସ୍ୱତନ୍ତ୍ର ଉତ୍ସବରେ ଏହାର ଲୋକାର୍ପଣ ହୋଇଛି। ଏହି ଉତ୍ସବରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ସ୍ଥଳସେବା ମୁଖ୍ୟ ଏମଏମ ନର୍ଭାଣେ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ସାମିଲ ହୋଇଛନ୍ତି।

୯ କିମି ଲମ୍ବ ବିଶିଷ୍ଟ ବିଶ୍ୱର ସୁଦୀର୍ଘ ଓ ସର୍ବୋଚ୍ଚ ହାଇୱେ ଟନେଲ ହେଉଛି ଅଟଳ ଟନେଲ୍‍। ୩ ହଜାର ମିଟର ଉଚ୍ଚ ପାହାଡ଼ରେ ନିର୍ମିତ ହୋଇଛି ଏହି ଟନେଲ। ଟନେଲ ନିର୍ମାଣ ଦ୍ୱାରା ମନାଲିରୁ ଲେହ ୪୬ କିମି ଦୂରତା କମିଲା। ତୁଷାରପାତ ଯୋଗୁଁ ୬ ମାସ ବନ୍ଦ ରହୁଥିବା ଯାତ୍ରା ପ୍ରତିବନ୍ଧକ ଟଳିଲା। ଅଟଳ ଟନେଲ୍‍ ଯୋଗୁଁ ଦୁର୍ଗମ ଅଞ୍ଚଳର ଲୋକଙ୍କ ଜୀବନଧାରଣ ମାନ ଉନ୍ନତ ହେବ। ପର୍ଯ୍ୟଟନ କ୍ଷେତ୍ରରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହେଲା। ୨୦୧୦ ଜୁନ ୨୮ ରୁ ଅଟଳ ଟନେଲ୍‍ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

Show More

Related Articles

Back to top button