Breaking PLUSଦେଶ ବିଦେଶମୁଖ୍ୟ ଖବର

ରାଷ୍ଟ୍ରପତି ଟ୍ରମ୍ପ୍ ହସ୍ପିଟାଲରେ ଭର୍ତ୍ତି

ଅକ୍ଟୋବର ୨ତାରିଖ ହୋଇଥିଲେ କରୋନାରେ ସଂକ୍ରମିତ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ କରୋନା ସଂକ୍ରମିତ ହୋଇଥିଲେ । ସୂଚନା ଅନୁସାରେ ତାଙ୍କୁ ଓ୍ବାଲଟର ରିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।ଟ୍ରମ୍ପଙ୍କ ଚିକିତ୍ସା କରୁଥିବା ଡାକ୍ତର ସିନ କନୋଲିଙ୍କ ସୂଚନା ଅନୁସାରେ ଗୁରୁବାର ଦିନ ଡୋନାଲ୍ଡ ଟ୍ରମ୍ପ୍ କରୋନାରେ ସଂକ୍ରମିତ ହୋଇଥିବା ନେଇ ସ୍ପଷ୍ଟ ହୋଇଥିଲା ।ଏକ ଭିଡିଓ ଟ୍ବିଟ୍ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ, “ମୁଁ ଏଭଳି ସମର୍ଥନ ପାଇଁ ଲୋକଙ୍କୁ ଧନ୍ୟବାଦ ଦେଉଛି ।

ମୁଁ ଓ୍ବାଲଟର ରିଡ୍ ହସ୍ପିଟାଲ ଯାଉଛି । ମୋତେ ଲାଗୁଛି ମୁଁ ଠିକ୍ ଅଛି । ମାତ୍ର ଆମେ ଚାହୁଁଛୁ ଯେ ସବୁ ଜିନିଷ ଠିକ୍ ହେଉ । ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ମୁଁ ଏହାକୁ କେବେ ଭୁଲିବି ନାହିଁ ।”ଏହା ପୂର୍ବରୁ ଶୁକ୍ରବାର ଦିନ ଡୋନାଲ୍ଡ ଟ୍ରମ୍ପ୍ କରୋନା ପଜିଟିଭ ଥିବା ନିଜେ ଟ୍ବିଟ୍ କରି ସୂଚନା ଦେଇଥିଲେ । ସେ କହିଥିଲେ ଯେ, ସେ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍ କରୋନା ସଂକ୍ରମିତ ହୋଇଛନ୍ତି ।ସୂଚନାଅନୂଯାୟୀ, ହ୍ବାଇଟ୍ ହାଉସ୍ ରେ ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଟ୍ବିଟ୍ କରି କହିଥିଲେ ଯେ, ତାଙ୍କ ବ୍ୟକ୍ତିଗତ ପରାମର୍ଶଦାତା କରୋନା ସଂକ୍ରମିତ ହେବା ପରେ ସେ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍ ମଧ୍ୟ କରୋନା ପରୀକ୍ଷଣ କରାଇଥିଲେ ।

Show More

Related Articles

Back to top button