Breaking PLUSଦେଶମୁଖ୍ୟ ଖବରରାଜନୀତି

ଡିସେମ୍ବର ୧୭-୧୮ ରେ ପ୍ରଧାନମନ୍ତ୍ରୀଙ୍କ ସୁରତ ଓ ବାରାଣାସୀ ଗସ୍ତ

ନୂଆଦିଲ୍ଲୀ, ୧୬ ଡିସେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୭-୧୮ ତାରିଖରେ ଗୁଜୁରାଟର ସୁରତ ଏବଂ ଉତରପ୍ରଦେଶର ବାରାଣାସୀ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଶନିବାର ଏକ ବୟାନ ଜାରି କରି ଏହି ସୂଚନା ଦେଇଛନ୍ତି ।

ଏଥିରେ ସୂଚନା ଦିଆଯାଇଛି ଯେ, ପ୍ରଧାନମନ୍ତ୍ରୀ ଡିସେମ୍ବର ୧୭ ତାରିଖ ସକାଳ ପ୍ରାୟ ୧୦ଟା ୪୫ ରେ ସୁରତ ବିମାନ ବନ୍ଦରରେ ନୂତନ ଇଂଟିଗ୍ରେଟେଡ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରିବେ । ଟର୍ମିନାଲ ଭବନ ପିକ୍ ଆୱାର୍ସ ସମୟରେ ୧୨୦୦ ଘରୋଇ ଯାତ୍ରୀ ଏବଂ ୬୦୦ ଅର୍ନ୍ତଜାତୀୟ ଯାତ୍ରୀଙ୍କୁ ସମ୍ଭାଳିବା ପାଇଁ ଏହା ସୁସଜ୍ଜିତ ହୋଇଛି । ଦିନ ପ୍ରାୟ ୧୧ଟା ୧୫ ମିନିଟ୍ ସମୟରେ ସୁରତ ଡାଇମଣ୍ଡ ବୋର୍ସ ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅର୍ନ୍ତଜାତୀୟ ହୀରା ଏବଂ ଅଳଙ୍କାର କାରବାର ପାଇଁ ଏହା ବିଶ୍ଵର ସବୁଠୁ ବଡ ଏବଂ ଆଧୁନିକ କେନ୍ଦ୍ର ହେବ ।

ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଉତରପ୍ରଦେଶର ବାରାଣାସୀ ଗସ୍ତ କରିବେ । ଏବଂ ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ କଟିଙ୍ଗ ମେମୋରିଆଲ ସ୍କୁଲ ପଡିଆରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେବେ । ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଆବାସ, ପିଏମ ସ୍ଵନିଧି, ପିଏମ ଉଜ୍ଜ୍ଵଳା ଭଳି ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହିତ କଥା ହେବେ ।

Show More

Related Articles

Back to top button