Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ନଭେମ୍ବର 22ରେ ଭର୍ଚୁଆଲରେ ଜି-20 ଲିଡର୍ସ ସମ୍ମିଳନୀର ଅଧ୍ୟକ୍ଷତା କରିବେ ପିଏମ ମୋଦି

ନୂଆଦିଲ୍ଲୀ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର 22ରେ ଭର୍ଚୁଆଲରେ ଜି-20 ଲିଡର୍ସ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବେ । ଆଫ୍ରିକୀୟ ସଂଘର ଅଧ୍ୟକ୍ଷଙ୍କ ସହିତ ସମସ୍ତ ଜି-20 ସଦସ୍ୟଙ୍କ ନେତା ଓ 9ଟି ଅତିଥି ଦେଶ, 11ଟି ଅନ୍ତର୍ଜାତୀୟ ସଙ୍ଗଠନକୁ ନିମନ୍ତ୍ରଣ କରାଯାଇଛି ।
ଶନିବାର ଦିନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବୟାନରେ ଏହି ସୂଚନା ଦିଆଯାଇଛି । ବୟାନରେ କୁହାଯାଇଛି ଯେ, ସେପ୍ଟେମ୍ବର 10ରେ ନୂଆଦିଲ୍ଲୀ ଜି-20 ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ, ଭାରତର ଜି-20 ଅଧ୍ୟକ୍ଷତା ଶେଷ ହେବା ପୂର୍ବରୁ ଭାରତ ଭର୍ଚୁଆଲରେ ଜି-20 ନେତାଙ୍କ ଶିଖର ସମ୍ମିଳନୀ ଆୟୋଜନ କରିବ । ଏହି ଘୋଷଣା ଅନୁକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନଭେମ୍ବର 22ରେ ଭର୍ଚୁଆଲରେ ଜି-20 ନେତାଙ୍କ ଶିଖର ସମ୍ମିଳନୀ ଆୟୋଜନ ହେବ ।

Show More

Related Articles

Back to top button