Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାମ୍ମୁ କାଶ୍ମୀର ଗସ୍ତ

ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ହଟିବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କାଶ୍ମୀର ଗସ୍ତ ।

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାମ୍ମୁ କାଶ୍ମୀର ଗସ୍ତ । ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ହଟିବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କାଶ୍ମୀର ଗସ୍ତ । ମୋଦି ବିଭିନ୍ନ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବେ । ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନାର ଶୁଭାରମ୍ଭ ତଥା ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଜାମ୍ମୁ କାଶ୍ମୀର ସାମ୍ବା ଜିଲ୍ଲାର ପାଲ୍ଲୀ ପଞ୍ଚାୟତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ଏଥିରେ ଜାମ୍ମୁ କାଶ୍ମୀରର ପଞ୍ଚାୟତସ୍ତରର ନିର୍ବାଚିତ ଜନପ୍ରତିନିଧି ସାମିଲ ହେବେ । ଜାମ୍ମୁ କାଶ୍ମୀରରେ ୩୦ ହଜାରରୁ ଅଧିକ ଜନପ୍ରତିନିଧି ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଜାମ୍ମୁ କାଶ୍ମୀର ଗସ୍ତ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାଧାରଣ ସଭାରେ ସାମିଲ ହେବାକୁ ଲୋକଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ଦେଇ ଯିବାକୁ ହେବ । ସଭାରେ ଆତଙ୍କବାଦୀଙ୍କ ଆକ୍ରମଣ ଆଶଂଙ୍କାରେ ଅଧିକାଂଶ ସ୍ଥାନରେ ତାରବାଡ଼ ଲଗାଯାଇଛି । ତେବେ ଅଗଷ୍ଟ ୨୦୧୯ ପରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଜାମ୍ମୁ କାଶ୍ମୀରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହି ଅବସରରେ ୭୫ଟି ଜଳ ପ୍ରକଳ୍ପକୁ ନେଇ ଅମୃତ ସରୋବର ଯୋଜନାର ଶୁଭାରମ୍ଭ ମଧ୍ୟ କରିବେ ।

 

Show More

Related Articles

Back to top button