Breaking PLUSଦେଶମୁଖ୍ୟ ଖବରରାଜନୀତି

ରାଷ୍ଟ୍ରପତି ସୁପ୍ରିମକୋର୍ଟ ପରିସରରେ ବି.ଆର. ଅମ୍ବେଦକରଙ୍କ ପ୍ରତିମୂର୍ତି କଲେ ଉନ୍ମୋଚନ

ନୂଆଦିଲ୍ଲୀ, ୨୬ ନଭେମ୍ବର – ରବିବାର ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ପରିସରରେ ଡଃ. ଭୀମରାଓ ଅମ୍ବେଦକରଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ସୁପ୍ରିମକୋର୍ଟର ଅନ୍ୟ ବିଚାରପତିମାନେ ମଧ୍ୟ ଉପସ୍ଥିତ ଥିଲେ ।

ଡଃ. ଅମ୍ବେଦକରଙ୍କ ଏହି ପ୍ରତିମୂର୍ତି ନିକଟରେ ରାଷ୍ଟ୍ରପତି ଏବଂ ମୁଖ୍ୟ ବିଚାରପତି ଗୋଟିଏ ଲେଖାଏଁ ଚାରା ରୋପଣ କରିଥିଲେ ।

Show More

Related Articles

Back to top button