Breaking PLUSଓଡ଼ିଶାମୁଖ୍ୟ ଖବର

ପଂଚୁକ ପାଇଁ ଶ୍ରୀକ୍ଷେତ୍ର ଚଳଚଂଚଳ

ପୁରୀ, ୨୬ ନଭେମ୍ବର – ପବିତ୍ର କାର୍ତିକ ମାସର ପଂଚୁକରେ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇଉଠିଛି । ଚାରିଆଡ଼େ ଧାର୍ମିକ ମାହୋଲ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଲାଗିଛି । ବିଶେଷ କରି ହବିଷ୍ୟାଳୀ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢି ଚାଲିଛି । କାର୍ତିକ ପୂର୍ଣ୍ଣମୀ ପାଇଁ ଆଜି ଠାରୁ ଶ୍ରଦ୍ଧାଳୁ ମାନେ ପୁରୀରେ ପହଂଚିବାରେ ଲାଗିଛନ୍ତି । ଆଜି ବୈକୁଣ୍ଠ ଚତୁର୍ଦ୍ଦଶୀ ଉପଲକ୍ଷେ ସିଂହଦ୍ଵାର ଠାରେ ଭଜନ ସମାରୋହ ଦେଖିବା ପାଇଁ ରାତିତମାମ ଶ୍ରଦ୍ଧାଳୁ ସେଠାରେ ଉପସ୍ଥିତ ରହିବେ । ସେହିପରି ଶହ ଶହ ସଂଖ୍ୟାରେ ହବିଷ୍ୟାଳୀ ଓ କାର୍ତିକବ୍ରତଧାରୀ ମାନେ ସମୁଦ୍ର କୂଳରେ ବାଲିରେ ଚଉରା ନିର୍ମାଣ କରି ତୁଳସୀ ଗଛ ପୋତି ପୂଜା କରୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ହବିଷ୍ୟାଳି କେନ୍ଦ୍ରଗୁଡିକ ରାଇଦାମୋଦର ପୂଜାରେ କମ୍ପୁଛି । ପଂଚୁକ ପାଇଁ ପଂଚତୀର୍ଥ ପୁଷ୍କରିଣୀରେ ଗହଳି ଲାଗିରହିଛି । କାର୍ତିକ ମାସରେ ପ୍ରତିଦିନ ଜଗନ୍ନାଥ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଆଜି ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଆସନ୍ତାକାଲି ଶ୍ରୀଜୀଉଙ୍କ ରାଜରାଜେଶ୍ଵର ବେଶ ବା ସୁନାବେଶ ରତ୍ନସିଂହାସନ ଉପରେ ଅନୁଷ୍ଠିତ ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ, ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ମରଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଟ କରାଯାଇଛି ।

Show More

Related Articles

Back to top button