Breaking PLUSଓଡ଼ିଶାମୁଖ୍ୟ ଖବର

ସିଂହନାଥଦେବ ପୀଠରେ ମକର ମେଳା ପ୍ରସ୍ତୁତି, ଟି- ବ୍ରିଜରେ ଯାନବାହାନ କଟକଣା

ଭୁବନେଶ୍ୱର, 12 ଜାନୁୟାରୀ – ବଡମ୍ବା ସିଂହନାଥଦେବ ପୀଠରେ ମକର ମେଳା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଟି-ବ୍ରିଜରେ ଯାନବାହାନ ଚଳାଚଳ ନିଷେଧ କରିଛି ପ୍ରଶାସନ । ଆସନ୍ତା 15 ତାରିଖରୁ 17 ତାରିଖ ଯାଏ ପବିତ୍ର ସିଂହନାଥ ଦେବ ପୀଠରେ ମକରଯାତ୍ରା ପାଇଁ ଟି-ସେତୁରେ ଗାଡି ଚଳାଚଳ ନିଷେଧ କରିଛି ପ୍ରଶାସନ ।ହଜାର ହଜାର ଭକ୍ତଙ୍କର ଜନ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମକର ଯାତ୍ରା ଅବସରରେ ଟ୍ରାଫିକ ନିୟନ୍ତ୍ରଣର ସୁପରିଚାଳନା ନିମନ୍ତେ ୧୫ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ଟି-ବ୍ରିଜ ଉପରେ କୌଣସି ପ୍ରକାର ଯାନବାହାନ ନଚଳାଇବାକୁ ନୋଟିସ ଜାରି କରିଛି ବଡମ୍ବା ପ୍ରଶାସନ ।
ବସ, ଟ୍ରକ ଆଦିର ଚଳାଚଳ ସମ୍ପୂର୍ଣ ନିଷେଧ ଥିବା ବେଳେ, ଦୁଇ ଚକିଆ ଯାନ ଗୁଡିକୁ ବ୍ରିଜ ପାଖରେ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି । ମକର ଯାତ୍ରାକୁ ସୁଚାରୁ ରୂପେ ଶାନ୍ତି ଓ ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଛି ପ୍ରଶାସନ।

Show More

Related Articles

Back to top button