ସୁ୍ପ୍ରିମକୋର୍ଟ ଅବମାନନା ମାମଲା; ବିନା ସର୍ତ୍ତରେ କ୍ଷମା ପାର୍ଥନା କରିବାକୁ ମନା କଲେ ପ୍ରଶାନ୍ତ ଭୂଷଣ
ନ୍ୟାୟଳାୟକୁ ଅବମାନନା କରିବା ପ୍ରସଙ୍ଗରେ ନିଜର ବୟାନ ଦାଖଲ କରିଛନ୍ତି ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ। ବିନା ସର୍ତ୍ତରେ ସେ କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି ପ୍ରଶାନ୍ତ।

ନୂଆଦିଲ୍ଲୀ: ନ୍ୟାୟଳାୟକୁ ଅବମାନନା କରିବା ପ୍ରସଙ୍ଗରେ ନିଜର ବୟାନ ଦାଖଲ କରିଛନ୍ତି ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ। ବିନା ସର୍ତ୍ତରେ ସେ କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି ପ୍ରଶାନ୍ତ। ସୁପ୍ରିମକୋର୍ଟ ଅବମାନନା ମାମଲାରେ ବିନା ସର୍ତ୍ତରେ କ୍ଷମା ମାଗିବାକୁ ସୁପ୍ରିମକୋର୍ଟ ଆଜି ପର୍ଯ୍ୟନ୍ତ ପ୍ରଶାନ୍ତ ଭୂଷଣଙ୍କୁ ସମୟ ଦେଇଥିଲେ। ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ। ସେ କହିଛନ୍ତି, କ୍ଷମା ହୃଦୟରୁ ମଗାଯିବା ଦରକାର। କିନ୍ତୁ ସତ ବୋଲି ବିଶ୍ୱାସ କରୁଥିବା ମୋ ବୟାନକୁ ଯଦି ମୁଁ ପ୍ରତ୍ୟାହାର କରେ, ତେବେ ଏହା ମୋର ବିବେକ ଏବଂ ଏକ ସୁପ୍ରିମକୋର୍ଟକୁ ଅବମାନନା କରିବା ଭଳି ହେବ।
ସୂଚନାଯୋଗ୍ୟ ଯେ, ଅଦାଲତ ଅବମାନନା ମାମଲାରେ ସୁପ୍ରିମ୍ କୋର୍ଟଙ୍କ ଏକ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କୁ ଗତ ୧୪ ତାରିଖରେ ଦୋଷୀ ସାବ୍ୟସ୍ତ କରିବା ସହ ଏହି ମାମଲାର ଦଣ୍ଡବିଧାନ ଶୁଣାଇବାକୁ ଅଗଷ୍ଟ ୨୦ ତାରିଖ ଧାର୍ଯ୍ୟ କରିଥିଲେ। ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା ଆଗତ ଆବେଦନକୁ ଖାରଜ କରି ଦେଇଥିଲେ ଏବଂ ନିଜ ବିବାଦୀୟ ବିବୃତିର ପୁନର୍ବିଚାର କରିବାକୁ ପ୍ରଶାନ୍ତ ଭୂଷଣଙ୍କୁ ଅଗଷ୍ଟ ୨୪ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ।