ଦେଶ ବିଦେଶରାଜନୀତି

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କରୋନା

କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଏ ନେଇ ମନୋହର ଲାଲ ଖଟ୍ଟର ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି।

ଚଣ୍ଡିଗଡ: କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଏ ନେଇ ମନୋହର ଲାଲ ଖଟ୍ଟର ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ସୋମବାର ତାଙ୍କ ନମୁନା ପରୀକ୍ଷଣ କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ୍ ଆସିଛି। ମୋର ସମସ୍ତ ସହକର୍ମୀ ଏବଂ ସହଯୋଗୀଙ୍କୁ ଅନୁରୋଧ କରୁଛି ଯଦି ସେମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ନିଜର କରୋନା ପରୀକ୍ଷଣ କରାଇ ନିଅନ୍ତୁ। ନିଜର ନିକଟତରଙ୍କୁ ଅପିଲ୍ କରୁଛି ସେମାନେ ନିଜକୁ କ୍ଵାରେଣ୍ଟାଇନରେ ରୁହନ୍ତୁ।
ସୂଚନା ଅନୁସାରେ, ନିକଟରେ ମନୋହର ଲାଲ ଖଟ୍ଟର, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତଙ୍କୁ ସାକ୍ଷାତ କରିଥିଲେ। ଶେଖାଓ୍ଵତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଖଟ୍ଟର ମଧ୍ୟ ନିଜକୁ କ୍ଵାରେଣ୍ଟାଇନ୍ କରିଥିଲେ। ଏହି କ୍ରମରେ ତାଙ୍କର ନମୂନା ପରୀକ୍ଷଣ କରାଯାଇଥିଲା।

Show More

Related Articles

Back to top button