ଦେଶ ବିଦେଶ

ହନୁମାନ ଚାଳିଶା ପାଠ କଲେ ଦୂର ହେବ କୋରୋନା: ସାଂସଦ

ହନୁମାନ ଚାଳିଶା ପାଠ କଲେ ଦୂର ହେବ କୋରୋନା। ଏଭଳି କିଛି ଅଜବ ଯୁକ୍ତି ବାଢିଛନ୍ତି ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର। ଯାହାକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି ସାଂସଦ।

ନୂଆଦିଲ୍ଲୀ : ହନୁମାନ ଚାଳିଶା ପାଠ କଲେ ଦୂର ହେବ କୋରୋନା। ଏଭଳି କିଛି ଅଜବ ଯୁକ୍ତି ବାଢିଛନ୍ତି ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର। ଯାହାକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି ସାଂସଦ। ଅଗଷ୍ଟ ୫ ତାରିଖ ଯାଏ ଦିନକୁ ୫ଥର ହନୁମାନ ଚାଳିଶା ପାଠ କରିବାକୁ ଅହ୍ୱାନ ଦେଇଛନ୍ତି ପ୍ରଜ୍ଞା । ମହାମାରୀ କୋରୋନା ଠାରୁ ଦୂରେଇ ରହିବା ପାଇଁ ସାଂସଦ ନିଜ ନର୍ବାଚନ ମଣ୍ଡଳିର ଲୋକ ମାନଙ୍କୁ ହନୁମାନ ଚାଳିଶା ପାଠ କରିବାକୁ କହିଛନ୍ତି।

ନିର୍ବାଚନ କ୍ଷେତ୍ରର ସମସ୍ତଙ୍କୁ ଆହ୍ୱାନ ଦେଇ ସାଂସଦ କହିଛନ୍ତି ଯେ, ଆଜିଠାରୁ ଅଗଷ୍ଟ ୫ ତାରିଖ ଯାଏ ପ୍ରତ୍ୟକ ଦିନ ସନ୍ଧ୍ୟା ୭ଟାରେ ନିଜ ନିଜ ଘରେ ୫ଥର ହନୁମାନ ଚାଳିଶା ପାଠ କରିବା ସହ ଭଗବାନ ରାମଙ୍କ ନିକଟରେ ଆଳତୀ କରି ଘରେ ଦୀପ ଜଳାଇ ସମାପନ କରନ୍ତୁ । ଗୋଟିଏ ପଟେ ଦେଶରେ ସଂକ୍ରମଣ ସଂଖ୍ୟା ୧୪ ଲକ୍ଷ ଏବଂ ୩୨ ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ବିଜେପି ସାଂସଦଙ୍କ ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସାରା ବିଶ୍ୱ କରୋନା ମହାମାରୀକୁ ହରାଇବା ପାଇଁ ଟିକା ଓ ଔଷଧ ତିଆରିରେ ଲାଗିଥିବା ବେଳେ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ହନୁମାନ ଚାଳିଶା ପାଠ ଆହ୍ୱାନକୁ ନେଇ ବିତର୍କ ଆରମ୍ଭ ହୋଇଛି ।

Show More

Related Articles

Back to top button