ଓଡ଼ିଶାଖେଳମୁଖ୍ୟ ଖବର

ଓସିଏ ସଭାପତି ଭାବେ ନିର୍ବାଚିତ ହେଲେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

କଟକ : ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ୨୮ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର କର୍ମକର୍ତ୍ତା ନେଇ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଏଥି ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ତେବେ ଓସିଏ ସଭାପତି ସହ ସମସ୍ତ ପଦ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ଥିବାରୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ , ସାଧାରଣ ସଂପାଦକ ହେଲେ ସଂଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନ,ପ୍ରଭାତ ଭୋଳ ସହ ସମ୍ପାଦକ ଓ ପ୍ରତାପ ଚନ୍ଦ୍ର ପ୍ରଧାନ ଆପେକ୍ସ କାଉନ୍ସିଲ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୨୮ରେ ଏଥିନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ସୂଚନାଯୋଗ୍ୟ ଅକ୍ଟୋବର ୧୪ରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ ନିର୍ବାଚନ ନେଇ ପୁରୀରେ ଅନୁଷ୍ଠିତ ବୈଠକରେ ଯାଜପୁରର ବିଧାୟକ ତଥା ବିଜେଡିର ସାଂଗଠିନକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ପଦ ପାଇଁ ସର୍ବସମ୍ମତ ପ୍ରାର୍ଥୀ ହୋଇଥିଲେ। ପ୍ରଣବ ପ୍ରକାଶ ଦାସଙ୍କୁ ଓସିଏ ସଭାପତି କରିବାକୁ ବିଭିନ୍ନ ଜିଲ୍ଲା କ୍ରିକେଟ ଆସୋସିଏସନର ସଦସ୍ୟ ମାନେ ମତ ଜଣାଇଥିଲେ। ଏଥି ସହ ୨୧ରେ ନିର୍ବାଚନ ନେଇ ନାମାଙ୍କନ ଦାଖଲ, ୨୨ରେ ଯାଞ୍ଚ ଓ ଅଭିଯୋଗ ଗ୍ରହଣ କରାଯିବା ସହିତ ନାମ ପ୍ରକାଶ ଏବଂ ୨୩ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସହ ଚୁଡାନ୍ତ ତାଲିକା ପ୍ରକାଶ କରାଯିବାର କାର୍ଯ୍ୟକ୍ରମ ରହିଛି।

Show More

Related Articles

Back to top button