ବଲିଉଡମନୋରଞ୍ଜନ

ଆସନ୍ତା ବର୍ଷ ହାତକୁ ଦି ହାତ ହେବେ ମୌନି !

ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ମୌନି ରୟ । ସେ ତାଙ୍କ ଦୀର୍ଘ ଦିନର ପୁରୁଷ ବନ୍ଧୁ ସୁରଜ ନାମ୍ବିଆରଙ୍କୁ ବିବାହ କରିବେ । ଆସନ୍ତା ବର୍ଷ ଜାନୁଆରୀରେ ବାଜିବ ସୁରଜ ଏବଂ ମୌନିଙ୍କ ଶାହାନାଇ । ଏସଂପର୍କରେ ମୌନିଙ୍କ ଜଣେ ସମ୍ପର୍କୀୟ ଭାଇ ସୂଚନା ଦେଇଛନ୍ତି । ଦୁବାଇ କିମ୍ବା ଇଟାଲିରେ ଦୁହିଁଙ୍କର ବିବାହ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗ କୁଚବିହାରରେ ଏକ ଛୋଟ ଫଙ୍କସନ୍‌ ହେବ । ଏହି ବିବାହରେ ତାଙ୍କର ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଯୋଗ ଦେବେ ।

ତେବେ ମୌନିଙ୍କ ସମ୍ପର୍କିୟ ଭାଇଙ୍କ ଏହି କଥା କେତେ ସତ ହେଉଛି, ମୌନି ବିବାହ କରୁଛନ୍ତି ନା ତାଙ୍କ ବିବାହ ତାରିଖ ଘୁଞ୍ଚୁଛି କି ନାହିଁ ତାହା ୨୦୨୨ରେ ହିଁ ଜଣାପଡିବ ।

ସୂଚନା ମୁତାବକ, ଟେଲିଉଡ୍‌ରୁ ବଲିଉଡକୁ ଡିଆଁ ମାରିଥିବା ମୌନି ଦୀର୍ଘ ଦିନ ହେବ ସୁରଜ ନାମ୍ବିଆରଙ୍କୁ ଡେଟ୍‌ କରୁଛନ୍ତି । ସୁରଜ ହେଉଛନ୍ତି ଦୁବାଇର ଜଣେ ବ୍ୟାଙ୍କର ଏବଂ ବ୍ୟବସାୟୀ । ସେ ବେଙ୍ଗାଲୁରୁ ବାସିନ୍ଦା । ଗତ କିଛି ଦିନ ତଳେ ମୌନିଙ୍କ ମା’ ସୁରଜଙ୍କ ପରିବାର ସହ ସାକ୍ଷାତ କରିଥିଲେ ।

ସେପଟେ ମୌନି କିନ୍ତୁ ସୁରଜଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅଫିସିଆଲ୍‌ ଭାବେ କିଛି ଜଣାଇନାହାଁନ୍ତି । ହେଲେ ପ୍ରାୟତଃ ସୁରଜ କିମ୍ବା ତାଙ୍କ ପରିବାର ସହ ମୌନି ନଜର ଆସନ୍ତି । ସୁରଜଙ୍କ ପୂର୍ବରୁ ମୌନି ଅଭିନେତା ମୋହିତ ରେନାଙ୍କୁ ଡେଟ୍‌ କରୁଥିଲେ । କିନ୍ତୁ ପରେ ଉଭୟଙ୍କ ବ୍ରେକ୍‌ ଅପ୍‌ ହୋଇଯାଇଥିଲା ।

Show More

Related Articles

Back to top button