ଖେଳ

ହକିରୁ ଅବସର ନେଲେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା

ଅନ୍ତର୍ଜାତୀୟ ହକିରୁ ଅବସର ଗ୍ରହଣ କଲେ ଅଲିମ୍ପିକ୍ସ ମେଡାଲ ବିଜେତା ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା । ଭାରତୀୟ ହକି ଦଳର ଅଧିନାୟକ ଥିବା ବୀରେନ୍ଦ୍ର ହକିରୁ ଅବସର ଘୋଷଣା କରିଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛି ହକି ଇଣ୍ଡିଆ । ବୀରେନ୍ଦ୍ର ଟିମ୍ ଇଣ୍ଡିଆ ପାଇଁ ୨୦୧ଟି ମ୍ୟାଚ୍ ଖେଳିଥିବାବେଳେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଉପ-ଅଧିନାୟକ ଥିଲେ । ଆଉ ଦୀର୍ଘ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ମେଡାଲ ବିଜୟୀ ହୋଇଥିଲା । ଆଉ ଏହି ଦଳରେ ଦୁଇ ଓଡ଼ିଆ ବୀରେନ୍ଦ୍ର ଓ ଅମିତ ରୋହିଦାସ ସାମିଲ ଥିଲେ ।

ଟୋକିଓରେ ପଦକ ବିଜୟୀ ହେବା ପରେ ବୀରେନ୍ଦ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା । ରାଜ୍ୟ ସରକାର ପୂର୍ବ ଘୋଷଣା ମୁତାବକ ଆର୍ଥିକ ସହାୟତା ସହ ପୋଲିସ ବିଭାଗରେ ଡିଏସପି ନିଯୁକ୍ତି ଦେଇଥିଲେ । ଆଉ ଅଲିମ୍ପିକ୍ସରେ ଏତେବଡ ସଫଳତା ପାଇବା ପରେ ଏବେ ଅବସର ଘୋଷଣା କରିଛନ୍ତି ବୀରେନ୍ଦ୍ର । ଭାରତୀୟ ହକି ଦଳର ସଫଳତମ ଖେଳାଳୀ ଥିବା ବୀରେନ୍ଦ୍ର ପଡିଆରେ ରକ୍ଷଣଭାଗ ସମ୍ଭାଳୁଥିଲେ । ପ୍ରତିପକ୍ଷକୁ କିଭଳି ଡିଫେଣ୍ଡ କରିହେବ ତାହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ ବୀରେନ୍ଦ୍ର ।

୨୦୦୭ରେ ଭାରତୀୟ ଜୁନିୟର ହକି ଟିମରେ ସେ ଡେବ୍ୟୁ କରିଥିଲେ ଏବଂ ଟିମ୍ ଇଣ୍ଡିଆ ପାଇଁ ୨୦୧ଟି ମ୍ୟାଚ ଖେଳିଛନ୍ତି । ଲଗାତାର ମ୍ୟାଚ୍ ଖେଳିବା ସହ ଦଳର ନିର୍ଭରଯୋଗ୍ୟ ଖେଳାଳୀ ଭାବେ ପରିଚିତ ଥିଲେ ସେ ।

 

Show More

Related Articles

Back to top button