ସ୍ୱାସ୍ଥ୍ୟ

ଡାଳିମ୍ବ ଚୋପା ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ହିତକର : ଆସନ୍ତୁ ଜାଣିବା କିପରି କରିବା ବ୍ୟବହାର

ଡାଳିମ୍ବର ନାଲି ନାଲି ମଞ୍ଜି ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ l ତାହାକୁ ପ୍ରତେକ ବୟସର ବ୍ୟକ୍ତି ଖାଇବା ଆବଶ୍ୟକ ,କାରଣ ଏହା ଦ୍ୱାରା ରକ୍ତ ହୀନତାର ଶିକାର ହେବାକୁ ପଡି ନଥାଏ l ତା ସହିତ ଶରୀରର ସମସ୍ତ ରୋଗ ମଧ୍ୟ ଦୂର ହୋଇଯାଇଥାଏ

ଆପଣ କଣ ଜାଣିଛନ୍ତି ଡାଳିମ୍ବ ସହିତ ଡାଳିମ୍ବ ଚୋପା ମଧ୍ୟ ଅତ୍ୟନ୍ତ ଲାଭ ଦାୟକ ଅଟେ ,ଯାହାକୁ ଆମେ ଅଳିଆ ଭାବି ଆବର୍ଜନା ଭିତରେ ପକାଇ ଦେଇ ଥାଉ l ଡାଳିମ୍ବ ଚୋପା ସ୍ୱାସ୍ଥ୍ୟପକ୍ଷ ଅତ୍ୟନ୍ତ ହିତକର ଅଟେ l ଆସନ୍ତୁ ଜାଣିବା l

ଗଳାରେ ଯନ୍ତ୍ରଣା -ଆପଣ ସର୍ବ ପ୍ରଥମେ ଡାଳିମ୍ବ ଚୋପାକୁ ଶୁଖାଇ ଗୁଣ୍ଡକରି ନିଅନ୍ତୁ l ଯଦି ଆପଣଙ୍କ ଗଳାରେ ଯନ୍ତ୍ରଣା ହେଉଛି ତେବେ ଡାଳିମ୍ବ ଚୋପାର ଗୁଣ୍ଡକୁ ଦୁଇ ଚାମଚ ନେଇ ପାଣିରେ ପକାଇ ଫୁଟାନ୍ତୁ l ଏହାପରେ ତାହାକୁ ଛାଣି ଗଳ ଗଳ କରନ୍ତୁ ଦେଖିବେ ତଣ୍ଟି ଯନ୍ତ୍ରଣା କମି ଯିବ l

ହୃଦୟ ରୋଗ ପାଇଁ -ହୃତ୍ପିଣ୍ଡ ସମ୍ବଧୀୟ ରୋଗ ପାଇଁ ଡାଳିମ୍ବ ଚୋପା ଅତ୍ୟନ୍ତ ଲାଭଦାୟକ ଅଟେ l ଏହାର ଚୋପାରେ ଅଧିକ ମାତ୍ରାରେ ଆଣ୍ଟିଆକ୍ସିଡେଣ୍ଟ ଥିବା କାରଣରୁ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ ହୋଇଥାଏ l ଡାଳିମ୍ବ ଚୋପାର ଗୁଣ୍ଡକୁ ପାଣିରେ ଫୁଟାଇ ରାତିରେ ରଖନ୍ତୁ ,ସକାଳୁ ଏହି ପାଣିକୁ ପିଅନ୍ତୁ ଏହା ଦ୍ୱାରା ଆପଣଙ୍କ ହୃତ୍ପିଣ୍ଡ ସୁସ୍ଥ ରହିବ l

 

ହାଡ ପାଇଁ ହିତକର -ଡାଳିମ୍ବ ଚୋପା ହାଡ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ l ଆପଣ ଡାଳିମ୍ବ ଚୋପାର ଗୁଣ୍ଡକୁ ମହୁ ସହିତ ମିଶାଇ ପ୍ରତେକ ଦିନ ରାତିରେ ଖାଆନ୍ତୁ ଓ ଏହାପରେ ସାମାନ୍ୟ ଉଷୁମ ପାଣି ପିଇ ଦିଅନ୍ତୁ l ଏହା ଦ୍ୱାରା ଆପଣଙ୍କର ଆଣ୍ଠୁଗଣ୍ଠି ଯନ୍ତ୍ରଣା କମିବା ସହିତ ହାଡ଼ ମଧ୍ୟ ମଝବୁତ ହେବ l

ମୁଖ ମଣ୍ଡଳର ଦୁର୍ଗନ୍ଧ -କିଛି ଲୋକଙ୍କର ମୁଖ ମଣ୍ଡଳରୁ ସର୍ବଦା ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ l ଯଦି ଏପରି ହେଉଛି ତେବେ ଏକ ଗ୍ଲାସ ପାଣିରେ ଡାଳିମ୍ବ ଚୋପା ଗୁଣ୍ଡ ଦୁଇ ଚାମଚ ପକାଇ ସେଥିରେ ସାମାନ୍ୟ ଲୁଣ ପକାଇ ଦିନକୁ ତିନିଥର କୁଲି କରନ୍ତୁ ଦେଖିବେ ମୁଖ ଦୁର୍ଗନ୍ଧ ଦୂର ହୋଇଯିବ l

Show More

Related Articles

Back to top button