Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରବଳ କୁହୁଡି, ଯାତାୟତ ପ୍ରଭାବିତ ; ରାସ୍ତାରେ ଅଟକିଛି ଗାଡି

ଭଦ୍ରକ ଜିଲ୍ଲା ରେ ପ୍ରବଳ ମାତ୍ରାରେ କୁହୁଡି ଦେଖିବାକୁ ମିଳିଛି

ଆଜି ଭୋର ସମୟରେ କୁହୁଡି କମ ଥିବା ବେଳେ ପରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳିଥିଲା । ଗ୍ରାମଞ୍ଚଳ ଅଞ୍ଚଳରେ ୫୦ମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ କୌଣସି ଲୋକ କିମ୍ବା ରାସ୍ତା ଦୃଶ୍ୟମାନ ହେଉନାହିଁ । ରାଜପଥରେ ଗାଡି ଗୁଡିକ କଡ଼ରେ ରହିଥିବା ଦେଖିବାକୁ ମିଳିଛି । ତେବେ କୁହୁଡି ପାଇଁ ଜନ ଜୀବନ ପ୍ରଭାବିତ ହୋଇଛି ।

 

ସେହିପରି ରବିବାର ଭଦ୍ରକ ସମେତ ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଓ ମାଲକାନଗିରିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ଅପରପକ୍ଷେ ୧୬ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହିତ ଗରମ ଅନୁଭୁତ ହେବାର ସମ୍ଭାବନା ରହିଛି । ୧୬ରେ ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Show More

Related Articles

Back to top button