ଜୀବନଚର୍ଯ୍ୟାଦେଶ ବିଦେଶ

କଣ ପାଇଁ ସୂର୍ଯ୍ୟଦେବଙ୍କ ବ୍ରତ କରିବେ : କେତୋଟି ବ୍ରତ କରିବା ଉଚିତ, ଆସନ୍ତୁ ଜାଣିବା

ହିନ୍ଦୁ ଧର୍ମରେ ପ୍ରତେକ ଦିନର ଅଲଗା ଅଲଗା ମହତ୍ୱ ରହିଛି ପ୍ରତେକ ଦିନ କୌଣସୀନା କୌଣସି ଭଗବାନଙ୍କୁ ସମର୍ପଣ କରାଯାଇଥାଏ l ସେହିଭଳି ଭବରେ ରବିବାର ଦିନଟି ସୂର୍ଯ୍ୟ ଦେବଙ୍କୁ ସମର୍ପିତ ଅଟେ l ଏହି ଦିନ ଲୋକେ ସୂର୍ଯ୍ୟ ଦେବଙ୍କୁ ପୂଜାର୍ଚନା କରିଥାନ୍ତି ଓ ଅର୍ଘ୍ୟ ଦେଇଥାନ୍ତି

ସପ୍ତାହର ୭ ଟି ଦିନ ମଧ୍ୟରୁ ରବିବାର ସର୍ବଶ୍ରେଷ୍ଠ ବାର ଭାବରେ ଗଣନା କରାଯାଏ l ଶାସ୍ତ୍ରରେ ବର୍ଣିତ ଅଛି ଯଦି ରବିବର ଦିନ ସୂର୍ଯ୍ୟ ଦେବଙ୍କ ବ୍ରତ କରାଯାଇ ତାଙ୍କୁ ଧ୍ୟାନ ପୂର୍ବକ ପୂଜା କରାଯାଇଥାଏ ତେବେ ବ୍ୟକ୍ତିର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ l

ଜାଣନ୍ତୁ କେତୋଟି ରବିବାର ବ୍ରତ ରଖିବେ –

ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବଙ୍କ ବ୍ରତ ଗୋଟିଏ ବର୍ଷରେ ୩୦ ଟି ରବିବାର କିମ୍ବା ୧୨ ଟି ରବିବାର ରଖିବା ଆବଶ୍ୟକ l ଯଦି ଆପଣ ରବିବାର ବ୍ରତ କରୁଛାନ୍ତି ତେବେ ନିଜ ଭୋଜନରେ ଲୁଣର ବ୍ୟବହାର କରିବେ ନାହିଁ l କାରଣ ରବିବାର ବ୍ରତରେ ସୂର୍ଯ୍ୟଙ୍କୁ ନାଲି ରଙ୍ଗର ଫୁଲ ସହିତ ଅଖ୍ୟାତ ଚାଉଳ ଓ ସିନ୍ଦୁରରେ ଅର୍ଘ୍ୟ ଦେବା ପରେ ଜେକୁଣସି ମିଠା ଫଳ ଭୋଗ ଲଗାଇବା ଆବଶ୍ୟକ l କିନ୍ତୁ ଆପଣ ଏହି ଦିନ ଲୁଣ ଜିନିଷ ଖାଇବେ ନାହିଁ କିମ୍ବା ଲୁଣ ଜିନିଷ ପ୍ରସାଦ ଲଗାଇବେ ନାହିଁ l ଯଦି ଆପଣ ରବିବାର ବ୍ରତ କରୁଛନ୍ତି ତେବେ ସନ୍ଧ୍ୟା ପୂର୍ବରୁ ମଧ୍ୟ ଅସ୍ତ ସୂର୍ଯ୍ୟଙ୍କ ପାଖରେ ବିଧିବଦ୍ଧ ଭାବରେ ଅର୍ଘ୍ୟଦେଇ ପୂଜା କରି ପ୍ରସାଦ ଲଗାଇବେ ଯାହା ଦ୍ୱାରା ଆପଣଙ୍କ ଜୀବନରେ ସଫଳତା ପ୍ରାପ୍ତ ହେବ l

ଜାଣନ୍ତୁ କାହିଁକି ରବିବାର ବ୍ରତ କରିବା ଉଚିତ-

ରବିବାର ଦିନ ବ୍ରତ ରଖିବା ଦ୍ୱାରା ତେଜସ୍ୱି ପ୍ରାପ୍ତ ହୋଇଥାଏ l ଯଦି ଆପଣ ଏହିଦିନ ପୂଜା ସ୍ଥଳୀରେ ବସି ବ୍ରତ କଥା ଶୁଣନ୍ତି ତେବେ ଆପଣଙ୍କ ଜୀବନର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ l ତା ସହିତ ମାନ ସମ୍ମାନ ,ଧନ ଯଶ ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ l ରବିବାର ବ୍ରତ କରିବା ଦ୍ୱାରା ବ୍ୟକ୍ତିକୁ ଶତ୍ରୁ ମାନଙ୍କ ପାଖରୁ ସୁରକ୍ଷା ମିଳିଥାଏ l ରବିବାର ଦିନ ବ୍ରତର ମହତ୍ୱ କେଉଁ ପୁରାଣ ଯୁଗରୁ ରହିଆସି ଥିବାରୁ ଆଜି ମଧ୍ୟ ହିନ୍ଦୁ ଧର୍ମରେ ପ୍ରଚଳିତ l

Show More

Related Articles

Back to top button