ସ୍ୱାସ୍ଥ୍ୟ

ଆପଣ ଜାଣନ୍ତି କି : ମିଶିରୀ ଯୁକ୍ତ ଦୁଗ୍ଧ ପିଇବାରେ ମିଳିଥାଏ ଏହି ସବୁ ଲାଭ

ମିଶିରୀ ଭିଟାମିନ-ବି ୧ ,ବି-୨ ,ବି-୩ ,ବି-୬ ଓ ବି-୧୨ ର ଗୋଟିଏ ଭଲ ସ୍ରୋତ ଅଟେ l ମିଶିରିର ଆଇରନ ଭରପୁର ମାତ୍ରାରେ ରହିଥିବା କାରଣରୁ ଆନିମିଆର ଚିକିତ୍ସା ପାଇଁ ସାହାଯ୍ୟ କରିଥାଏ l ଯଦି ଆପଣ ମିଶିରୀ ଓ ଦୁଗ୍ଧର ଏକ ସାଙ୍ଗରେ ସେବନ କରିବେ ତେବେ ଆପଣଙ୍କୁ ଅନେକ ଲାଭ ମିଳିବ

ଦୁଗ୍ଧ ସହିତ ମିଶିରୀ ସେବନ କରିବା ଦ୍ୱାରା ମୂତ୍ର ସମ୍ବଧୀୟ ଅସୁବିଧା ଯେପରିକି ମୂତ୍ର ନାଳୀରେ ସଂକ୍ରମଣ ଓ ପରିଶ୍ରା ପୋଡା ଇତ୍ୟାଦିରୁ ଆରମ୍ଭ ମିଳିଥାଏ l ମିଶିରୀ ଯୁକ୍ତ ଦୁଗ୍ଧ ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଉନ୍ନତ ହୋଇଥାଏ l ଆସନ୍ତୁ ଆଜି ଜାଣିବା ମିଶିରୀ ଯୁକ୍ତ ଦୁଗ୍ଧ ପିଇବା ଦ୍ୱାରା ଶରୀରକୁ କି ଲାଭ ମିଳିଥାଏ l

* ଯଦି ଆପଣଙ୍କ ଆଖିକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ଓ ଆଖିର ଦୃଷ୍ଟି ଶକ୍ତିକୁ ଠିକ ରଖିବାକୁ ଚାହୁଁଛନ୍ତି ତେବେ ଆପଣ ମିଶିରୀ ଯୁକ୍ତ ଦୁଗ୍ଧର ସେବନ କରନ୍ତୁ l ପ୍ରତେକ ଦିନ ରାତିରେ ଶୋଇବା ପୂର୍ବରୁ ଉଷୁମ ଖିରରେ ମିଶିରୀ ପକାଇ ପିଅନ୍ତୁ ଯାହା ଦ୍ୱାରା ଆପଣଙ୍କ ଚକ୍ଷୁର ଦୃଷ୍ଟି ଶକ୍ତି ଉନ୍ନତ ରହିବ l

* ପାଚନ ତନ୍ତ୍ରକୁ ସୁସ୍ଥ ରଖେ -ଅଧିକାଂଶ ଘରୋଇ ଉପାୟ ଦ୍ୱାରା ଆମର ପାଚନ ତନ୍ତ୍ର ଉନ୍ନତ ହୋଇଥାଏ ,ସେଠି ମଧ୍ୟରୁ ଗୋଟିଏ ହେଲା ମିଶିରୀ ଯୁକ୍ତ ଦୁଗ୍ଧ l ତେଣୁ ଆପଣ ମିଶିରୀ ଓ କ୍ଷୀରକୁ ଥଣ୍ଡା କରି ପ୍ରତେକ ଦିନ ସକାଳୁ ପିଅନ୍ତୁ ଏହା ଦ୍ୱାରା ଆପଣଙ୍କୁ ଗ୍ୟାସ ,ଏସିଡ଼ିଟି ଓ କୋଷ୍ଠକାଠିନ୍ୟରୁ ଆରମ୍ଭ ମିଳିବ l

* ରକ୍ତ ହୀନତା ପାଇଁ ଲାଭ ଦାୟକ -ଯଦି ଆପଣ ଚିନି ସ୍ଥାନରେ ମିଶିରୀ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଅନେକ ଲାଭ ମିଳିପାରେ l ଏମାନଙ୍କ ମଧ୍ୟରୁ ଗୋଟିଏ ହେଲା ଆନିମିଆରୁ ରକ୍ଷା ପାଇବା l ଆନିମିଆ ଭଳି ଗମ୍ଭୀର ସମସ୍ୟାରୁ ଆରମ୍ଭ ଦେବା ପାଇଁ ମିଶିରୀ ଅତ୍ୟନ୍ତ ଲାଭ ଦାୟକ ଅଟେ l ରକ୍ତରେ ହେମୋଗ୍ଲୋବିନ ମାତ୍ରାକୁ ଠିକ ରଖିଥାଏ l

* ଭଲ ନିଦ କରିପାରେ -ଯଦି ଆପଣ ନିଦ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ପ୍ରତେକ ଦିନ ରାତିରେ ଶୋଇବା ପୂର୍ବରୁ ଉଷୁମ ଖିରରେ ମିସିରି ପକାଇ ପିଅନ୍ତୁ ଏହା ଆପଣଙ୍କ ମସ୍ତିଷ୍କକୁ ସତେଜ କରିବା ସହିତ ନିଶ୍ଚିନ୍ତ ହୋଇ ଶୋଇବାରେ ସାହାଯ୍ୟ କରିବ l

Show More

Related Articles

Back to top button