Breaking PLUSଓଡ଼ିଶାମୁଖ୍ୟ ଖବର

ନାବାଳିକା ଦୁଷ୍କର୍ମ ମାମଲାରେ ବାୟୁସେନା ଅଧିକାରୀଙ୍କୁ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ୱର – ନାବାଳିକା ଦୁଷ୍କର୍ମ ମାମଲାରେ ଭୁବନେଶ୍ୱର ଜେଏମଏଫସି କୋର୍ଟରେ ବାୟୁସେନା ଅଧିକାରୀଙ୍କ ଆତ୍ମସମର୍ପଣ ଘଟଣା । ପୋକ୍ସୋ କେସରେ ରିମାଣ୍ଡରେ ଯିବେ ଅଭିଯୁକ୍ତ ବାୟୁସେନା ଅଧିକାରୀ । ଆଜି ଅଭିଯୁକ୍ତ କୋରିମିଲି ଭେଙ୍କଟ ଶ୍ରୀନିବାସଙ୍କୁ ୪ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ଲକ୍ଷ୍ମୀସାଗର ଥାନା ପୋଲିସ । ଗତକାଲି ଭୁବନେଶ୍ୱର ଜେଏମଏଫସି କୋର୍ଟରେ ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମସମର୍ପଣ କରିଥିଲେ ବାୟୁସେନା ଅଧିକାରୀ ।
ଏଠାରେ ସୂଚନାଯୋଗ୍ୟ, ଏୟାରଫୋର୍ସ ଗ୍ରୁପ କ୍ୟାପିଟେନ ଥିଲେ ଶ୍ରୀନିବାସ । ତେବେ ଘରେ କେହି ନଥିବା ବେଳେ ବମିଖାଲ ଅଞ୍ଚଳରେ ଘରେ ପଶି ଜଣେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଏ ନେଇ ଜୁନ ୨୮ ତାରିଖରେ ଲକ୍ଷ୍ମୀସାଗର ଥାନାରେ ମାମଲା ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ୨ ଥର ରାଜ୍ୟ ବାହାରକୁ ଯାଇଥିଲା । କିନ୍ତୁ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ ବାୟୁସେନା ଅଧିକାରୀ । ଜାମିନ ପାଇଁ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତ । ଜାମିନ ନାମଞ୍ଜୁର ହେବା ପରେ ଗତକାଲି ଭୁବନେଶ୍ୱର JMFC କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ଅଭିଯୁକ୍ତ ।

Show More

Related Articles

Back to top button