Breaking PLUSଦେଶମୁଖ୍ୟ ଖବର

ସୁକୁମାରେ ପୋଲିସ-ନକ୍ସଲ ଗୁଳି ବିନିମୟ, ଜଣେ ମାଓ ନିହତ

ସୁକୁମା/ ରାୟପୁର,24 ଫେବୃୟାରୀ – ଛତିଶଗଡର ସୁକୁମା ଜିଲ୍ଲାର ବୁର୍କାଲଙ୍କାରେ ଶନିବାର ସକାଳେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ନକ୍ସଲ ନିହତ ହୋଇଛି । ଜଣେ ନକ୍ସଲର ମୃତଦେହ ଜବତ ହୋଇଛି । ଗୁଳି ବିନିମୟ ପରେ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୁକୁମା ଏସପି ଏନେଇ ସୂଚନା ଦେଇଛନ୍ତି ।
ପୋଲିସ ସୂଚନା ମୁତାବକ, ବୁର୍କାଲଙ୍କାରେ କୋଣ୍ଟା ଏଅଂଚଳ ଏରିଆ କମିଟିରେ ନକ୍ସଲମାନଙ୍କ ଉପସ୍ଥିତି ନେଇ ପୋଲିସକୁ ସୂଚନା ମିଳିଥିଲା । ଅପରେସନ ପାଇଁ ଡିଆରଜି ଯବାନ ଦିନକ ପୂର୍ବରୁ ଜାଗା ଚିହ୍ନଟ ପାଇଁ ବାହାରିଥିଲେ । ଶନିବାର ସକାଳ ପ୍ରାୟ 5ଟା ବେଳେ ସୂଚନା ମିଳିଥିବା ସ୍ଥାନରେ ପହଞ୍ଚି ନକ୍ସଲଙ୍କୁ ଆକ୍ରମଣ କରିଥିଲେ । ଗୁଳି ବିନିମୟରେ ଜଣେ ନକ୍ସଲ ନିହତ ହୋଇଛି । ଘଟଣାସ୍ଥଳରୁ କିଛି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

Show More

Related Articles

Back to top button